ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଅଧୀନରେ ଥିବା ନୂଆଗାଁ ଠାରୁ ନଇ ତଇଲା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ୭.୯୦ କିମି ରାସ୍ତା ନିର୍ମାଣ ପାଇଁ ୭,୪୮,୨୭,୮୭୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।ଏକ ବର୍ଷ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।କାର୍ଯ୍ୟ କିଭଳି ଚାଲିଛି ଏ ନେଇ ପରିଦର୍ଶନ ରେ ଆସିଥିଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ଉପଦେଷ୍ଟା ସବିତା ମହାପାତ୍ର। ରାସ୍ତା ନିର୍ମାଣ ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ।ସେହିପରି ଅନୁରୂପ ଭାବେ କୋରଡ଼ା ଠାରୁ ରଗଡ଼ି ମଡା, ଭାୟା - ମିନା ଗାଡିଆ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଚାଲିଥିବା ୫ କିମି ରାସ୍ତା ନିର୍ମାଣ କିପରି ଚାଲିଛି ଦେଖିବା ସହ ରାସ୍ତା ନିର୍ମାଣ ସମ୍ପର୍କରେ ରଗଡ଼ି ମଡା ଲୋକମାନଙ୍କୁ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ଉପଦେଷ୍ଟା ସବିତା ମହାପାତ୍ର।
0 Comments