ନୟାଗଡ ଜିଲ୍ଲା ନୂଆଗାଁ ନିକଟରେ ଯାଇଥିବା ଟ୍ରେନ ଲାଇରେ ୩ ଟି ଗାଈ ମୃତ ଅବସ୍ଥାରେ ପଡି ଅଛନ୍ତି । ଘଟଣା ସୂତ୍ରରୁ ଜାଣା ପଡେ ଏହି ଗୃଘଟଣା କାଲି ରାତିରେ ଘଟିଛି । ଆଜି ସକାଳୁ କିଛି ଲୋକ ପ୍ରାତ ଭ୍ରମଣ କାରିବା ପାଇଁ ଯାଇଥିବା ବେଳେ ଦେଖିଥିଲେ ୧ ଟି ଗାଈ ଟ୍ରେନ ଲାଇନ ତଳକୁ ଖସିପଡିଥିବା ବେଳେ ୨ଟି ଗାଈ ଟ୍ରେନ ଲାଇନ ଉପରେ କ୍ଷତ ବିକ୍ଷତ ହୋଇ ପଡିଥିବାର ଦେଖିଥିଲେ ।
୩ ଟି ଗାଈ ମୃତ୍ୟୁ ଘଟିଥିବାର ଜଣା ପଡିଛି.ସ୍ଥାନୀୟ ଜନସାଧାରଣ ମତ ଦେଇ ଅଛନ୍ତି । ନୂଆଗାଁ ଠାରୁ ଏହି ଟ୍ରେନ ଲାଇନ ଭୁବନେଶ୍ବରକୁ ସଂଯୋଗ କରୁଅଛି । କିଭଳି ,କେତେବେଳେ ,କିପରି ଏହି ଗୃଘଟଣା ଘଟିଛି ତାର ସ୍ପଷ୍ଟ ସୂଚନା ଖବର ସଂଗ୍ରହ କଲା ପର୍ଯ୍ୟନ୍ତ ମିଳିନାହିଁ । କି ମୃତ ହୋଇଥିବା ଗାଈ କାହାର ସେ ସୂଚନା ମଧ୍ୟ ଅଦ୍ୟାବଧି ମିଳିନାହିଁ ।
0 Comments