ଝଡ଼ବର୍ଷା ଓ ବଜ୍ରପାତ ନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି..

 ଝଡ଼ବର୍ଷା ଓ ବଜ୍ରପାତ ନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି.. ଆସନ୍ତା ୫ ଦିନ ପାଇଁ ଅଧିକାଂଶ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି..*



*▪️କାଲି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଜପତି, ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ..*


*▪️୨୩ ତାରିଖ ପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତିକୁ ୱାର୍ଣ୍ଣିଂ..*


*▪️୨ହଜାର ଟଙ୍କିଆ ନୋଟ ବଦଳ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂଚନା ଜାରି.. ସବୁ ସର୍କଲ ଓ ଲୋକାଲ ଅଫିସ ପାଇଁ ସିଜିଏମଙ୍କ ପକ୍ଷରୁ ସୂଚନା ଜାରି.. ୨ହଜାର ଟଙ୍କା ନୋଟ ବଦଳାଇବା ପାଇଁ ରିକ୍ୟୁଜିସନ ସ୍ଲିପ ଦରକାର ନାହିଁ.. ୨ହଜାର ଟଙ୍କା ବଦଳ କରିବା ସମୟରେ କୌଣସି ପରିଚୟପତ୍ର ଦେଖାଇବାକୁ ପଡ଼ିବ ନାହିଁ..*


*▪️ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସନକଙ୍କ ସହ ମୋଦୀଙ୍କ ଆଲୋଚନା.. ଜାପାନ ହିରୋସୀମାରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା.. ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା..*


*▪️ଭଞ୍ଜନଗର: ମହୁମାଛି ଆକ୍ରମଣରେ ଗୁରୁତର ସରପଞ୍ଚଙ୍କ ମୃତ୍ୟୁ.. ଭୁବନେଶ୍ବର ଚିକିତ୍ସାଧୀନ କୁକୁତାଇ ସରପଞ୍ଚଙ୍କ ମୃତ୍ୟୁ.. ଗତକାଲି ବିଲରେ କାମ କରୁବାବେଳେ ମହୁମାଛି ଆକ୍ରମଣ କରିଥିଲା..*


*▪️ଯୁବକଙ୍କୁ ହତ୍ୟାର ଭିଡିଓ ଭାଇରାଲ ଘଟଣା.. ଭାଇରାଲ ଭିଡିଓକୁ ସ୍ପଷ୍ଟ କଲା ପୁରୁଷୋତ୍ତମପୁର ଥାନା ପୁଲିସ.. ହତ୍ୟା ବେଳର ଦୃଶ୍ୟ ଭାଇରାଲ କରାଯାଇଥିବା ସ୍ପଷ୍ଟ କଲେ ଏସଡିପିଓ..*


*▪️ମହୁଲପଦା ଥାନା ବାଙ୍ଗି ଘାଟିରେ ଓଲଟିଲା ଅଟୋ.. ଜଣେ ମହିଳା ମୃତ, ଅନ୍ୟ ୨ ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି.. ସମସ୍ତ ମୃତାହତ ମହୁଲପଦା ଗାଁର ହୋଇଥିବା ସୂଚନା..*


*▪️ସୁବର୍ଣ୍ଣପୁର: ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି.. ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହରୀ ପୋଢ଼.. ଏରିଅର ବିଲ କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ..*


*▪️ରାଜଧାନୀରୁ କୋଟିଏ ଟଙ୍କାର ଧଳାଜହର ଜବତ.. ୟୁନିଟ ୮ ସ୍ଥିତ ସରକାରୀ କ୍ବାର୍ଟରରୁ ଜବତ.. ୧୧୦୭ ଗ୍ରାମ ବ୍ରାଉନସୁଗର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ.. ସରକାରୀ କ୍ବାଟର୍ସରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ଗିରଫ..*

Post a Comment

0 Comments