ନୂଆଗାଁ ଅଗ୍ନିସମ ବାହିନୀ ଦ୍ଵାରା ସ୍ଵେଚ୍ଚାକୃତ ଜଳଛତ୍ର ମଧ୍ୟରେ ଦହିପଣା ବଣ୍ଟନ

 


ନୂଆଗାଁ ବ୍ଲକ ମଧ୍ୟରେ ଆଜି ଏକ ନିଆରା ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥ ୫୭ କୋରଡା ନିକଟରେ ପଥିକ ମାନଙ୍କୁ ଜଳଛତ୍ର ମଧ୍ୟରେ ଦିଆ ଯାଉଥିଲା ଦହି ସର୍ବତ । ସୂଚନା ମୁତାବକ ନୂଆଗାଁ ଅଗ୍ନିସମ କାର୍ଯାୟଳୟର ସମସ୍ତ ସଦସ୍ୟ ଆଜି କାର୍ଯାୟଳୟ ସମୁଖରେ  ରାସ୍ତାରେ ଯାଉଥିବା ପଥିକମାନଙ୍କୁ ଦହିସର୍ବତ କରି ଦେଉଥିଲେ । କାରଣ ଅସହ୍ୟ ଖରାକୁ  ଗୁଳୁଗୁଳି ଜନଜୀବନ ଅସ୍ତବ୍ୟାସ୍ତ କରିଦେଇଛି । ସେସମୟରେ ଅଗ୍ନିସମ ବାହିନୀର ନିଆରା ପ୍ରୟାଶ କରିଥିଲେ ।

ମଧ୍ୟାହ୍ନ ସମୟରେ ପଥିକ ମାନକୁଂ ଦହିସର୍ବତ ଦେଇ ଶୋଷ ମେଣ୍ଟାଇ ଥିଲେ । ଅଗ୍ନିସମ ବାହିନୀର ଏପରି କାର୍ଯ୍ୟକୁ ଦେଖି ବାଟରେ ଯାଉଥିବା ପଥ ଚାରିମାନେ ଧନ୍ୟବାଦ ଦେବାସହିତ ସାଲୁଟ ମାରିଯାଉଥିବାର ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା । 

Post a Comment

0 Comments