ପଲଭା ଜଙ୍ଗରେ ଗାଁ ମୁହାଁ ହେଲେ ହାତୀ
ନୟାଗଡ ଜିଲ୍ଲା (ନୂଆଗାଁ )ପଲଭା ସରଂକ୍ଷିତ ଜଙ୍ଗଲର ହାତୀ ଗାଁ ମୁହାଁ ହେବାର ସୂଚନା ମିଳିଅଛି । ଆଜି ମିଳିଥିବା ସୂଚନା ମୁତାବକ ପଲଭା ସରଂକ୍ଷିତ ଜଙ୍ଗଲ ମଧ୍ୟରେ ରହୁଥିବା ହାତୀ ଗ୍ରାମ ଅଭିମୁଖେ ଆସିଥିବାର ସୂଚନା ମିଳିଛି । ଛଣମଣିଆ ଓ କୁଟିବାରି ଅଞ୍ଚଳରେ ହାତୀ ପଦଚିହ୍ନ ଓ ହାତୀ ମଳ ଦେଖିବାକୁ ମିଳିଛି । ତତ ସହିତ ଆମ୍ବ,ପଣସ ଓ କଦଳୀ ଗଛ ଭାଙ୍ଗିଥିବାର ଦେଖବାକୁ ମିଳିଛି ।
ମହିତମା ବନବିଭାଗ ବନପାଳ ରାକେଶ କୁମାର ସାହୁ ସୂଚନା ଦେଇଅଛନ୍ତି ଯେ ଗ୍ରୀଷ୍ମ ପ୍ରବାହ ବଢିବା ଦ୍ଵାରା ଜଳ ଓ ଖାଦ୍ଯ ପାଇଁ ଗାଁ ମୁଖା ହୋଇଛନ୍ତି ହାତୀ । ବନବିଭାଗ ସୂଚନା ମୁତାବକ ୫ ଟି ହାତୀ ଗାଁ ମୁଖା ହୋଇଅଛନ୍ତି । ସେମାନଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିବା ସହିତ ୨୪ ଘଣ୍ଟିଆ ପେଟ୍ରୋଲିଂ ଚାଲିଛି । ସନ୍ଧ୍ୟା ହେଲେ ଆମ୍ବ ଗୋଟାଇବା ପାଇଁ ବାହାରକୁ ନ ଯିବା ପାଇଁ ଗ୍ରାମବାସୀ ଙ୍କୁ ସଚେତନ କରାଯାଇ ଅଛି।ହାତିମାନଙ୍କର ସମସ୍ତ ଗତିବିଧି ଉପରେ ବନବିଭାଗର ନଜର ରହିଛି ବୋଲି ବନପାଳ ରାକେଶ କୁମାର ସାହୁ ସୂଚନା ଦେଇ ଅଛନ୍ତି ।
0 Comments