ନୟାଗଡ ଜିଲ୍ଲା ଜାତୀୟ ରାଜପଥ ୫୭ କାଚପଲ୍ଲୀ ସମୁଖରେ ହୋଇଥିବା ସଡକ ଦୃଘଟଣା ହୋଇଥିଲା । ଘଟନା ରୁ ଜଣାପଡେ ୫/୫/୨୦୨୩ ଦିନ ସକଳ ୭ ଘଟିକା ସମୟରେ ମହିତମା ଗ୍ରାମର ରାଘବ ନାୟକ ଓ ଝିଅ ଉଷାରାଣି ନାୟକ ବାଇକ ରେ ନୂଆଗାଁ ଆସୁଥିବା ସମୟରେ ଦଶପଲ୍ଲା ରୁ ନୟାଗଡ ଅଭିମୁଖେ ଯାଉଥିବା କାର ନ (ଓଡି ୦୨ ବିଏ୧୯୯୪) କାରଟି ଧକଦେଇଥିଲା । ଘଟନା ସୂତ୍ରରୁ ଜଣାପଡେ ଏହି କାର ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ସ୍ପେଶିଆଳ ସ୍କୁଆର୍ଡ ଚଢାଉକରି ଅଭିଯୁକ୍ତ ମାନଙ୍କୁ ନେଇ ଯାଉଥିଲେ ସେସମୟରେ ଭରସାମ ହରାଇ ବଇକୁ ଧକା ଦେଇଥିଲା । ଘଟନା ସ୍ଥଳରେ ଦୁଇ ବାପଝିଅ ରାସ୍ତା ଉପରେ ପଡିଯାଇଥିଲେ । ବାପର ଗୋଡ ,ହାତ ରେ ପ୍ରବଳ ଆଘାତ ଲାଗିଥିଲା । ଝିଅଟି ମଧ୍ୟ ବହୁଭାବରେ ଗୁରୁତର ହୋଇପଡିଥିଲା । ତାର ମୁହଁ ରେ ଆଘାତ ଲାଗିବା ସହିତ ପଛପାଖ ପିଠିରେ ପ୍ରବଳ ଆଘାତ ଲାଗିଥିଲା ।
ତାଙ୍କୁ ସଙ୍ଗେସଙ୍ଗେ ଅଗ୍ନିସମ ବାହିନୀ ଦ୍ଵାରା ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଚିକିସ୍ଛା କରଯାଇଥିଲା । କାଲି ସନ୍ଧ୍ଯା ସମୟରେ ବାପଝିଅ ସାମାନ୍ଯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖ୍ୟତିଗ୍ରସ୍ତ ବାପଝିଙ୍କୁ ସମସ୍ତ ପ୍ରକାର ସେବା ଓ ଚିକିସ୍ଛା ଖର୍ଚ ଅବକାରୀ ବିଭାଗ କରିଥିବାର ସୂଚନା ମିଳିଛି । ବର୍ତମାନ ଦୁହେଁ ସୁସ୍ଥ ଥିବାର ପରିବାର ଲୋକ ସୂଚନା ଦେଇ ଅଛନ୍ତି ।
0 Comments