ନୟାଗଡ ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ଭଲ୍ୟୁଣ୍ଟର ଫୋରମ୍ ତରଫରୁ ଆଜି ବିଶ୍ୱ ରେଡକ୍ରସ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଫୋରମର ଉପଦେଷ୍ଟା ବିଭୁତି ଭୁଷଣ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଜନ ସଚେତନତା ରାଲିକୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ନୟାଗଡ଼ ମାର୍ଶଲ ଏକାଡେମୀର ଛାତ୍ରଛାତ୍ରୀ, ପଠାଣି ସାମନ୍ତ ନର୍ସିଂ ସ୍କୁଲର ଛାତ୍ରୀ ବୃନ୍ଦ ଏବଂ ଅନେକ ସ୍ବେଛାସେବୀ ଏହି ରାଲିରେ ଭାଗନେଇଥିଲେ । ରାଲି ବ୍ରଜେନ୍ଦ୍ର ହାଇସ୍କୁଲ ଠାରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚିଥିଲା । ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ସାଧାରଣ ସଭା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ।ଉକ୍ତ ସଭାରେ ମୂଖ୍ୟ ବକ୍ତା ଭାବେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ମକରନ୍ଦ ବେଉରା ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଏସପି ଶ୍ରୀ ଉମାକାନ୍ତ ମଲ୍ଲିକ, ଡିଆଇପିଆରଓ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଓସଡମା ର ପ୍ରକଳ୍ପ ଅଧିକାରୀ ଶ୍ରୀ ଅଶୋକ ରଥ, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଅଜୟ ବାହିନୀପତି ଏବଂ ଭଲ୍ୟୁଣ୍ଟର ଫୋରମର ଆବାହକ ସୁନିତାରାଣୀ ମହାପାତ୍ର ଯୋଗ ଦେଇଥିଲେ। ଅତିଥି ମାନେ ରେଡ଼କ୍ରସର ଇତିହାସ ଓ କାର୍ଯ୍ୟକୁ ବିସ୍ତାର ଭାବେ ଆଲୋଚନା କରିଥିବାବେଳେ ନୟାଗଡ଼ ରେଡକ୍ରସ ଭଲ୍ୟୁଣ୍ଟର ଫୋରମ୍ ର ସଦସ୍ୟ ମାନଙ୍କ ନିଷ୍ଠାପର ସମାଜସେବାକୁ ଭୂୟସୀ ପ୍ରଶଂସା କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଡାକ୍ତର ବିଜୟ କୁମାର ବେହେରା, ଡାକ୍ତର ପିତବାସ ନାୟକ, ଡାକ୍ତର ନାରାୟଣ ସାହୁ, ସ୍ବପ୍ନେଶ୍ବର ନାୟକ, ଭୁବନେଶ୍ୱରୀ ପରିଡ଼ା, ପବିତ୍ର ମୋହନ ସାହୁ, ପଞ୍ଚୁ ଦଳେଇ, ଗୀତା ସ୍ବାଇଁ, ନୀଳମଣି ଭଟ୍ଟ, ମାର୍ଶଲ ଏକାଡେମୀ ର ପ୍ରଶିକ୍ଷକ ଭବାନି ଶଙ୍କର ରାୟଗୁରୁ, ମାନସ କୁମାର ମହାପାତ୍ର, ଟ୍ରାଫିକ କନଷ୍ଟେବଳ ବ୍ରଜବନ୍ଧୁ ମହାରଣା, ଟ୍ରାଫିକ ହୋମଗାର୍ଡ ନିରଞ୍ଜନ ମହାନ୍ତିଙ୍କୁ ପ୍ରମାଣପତ୍ର, ଫୁଲ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରେଡକ୍ରସ ପାଇଁ ସବୁଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଥିବାରୁ ଡେପୁଟି କଲେକ୍ଟର, ଜୁଡିସିଆଲଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା । ଏହି ରେଡକ୍ରସ ଦିବସ ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଲୋକନାଥ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଭଲ୍ୟୁଣ୍ଟର ଫୋରମର ସଦସ୍ୟ ବିଭୁତି ପଟ୍ଟନାୟକ, ସନ୍ତୋଷ ଷଡ଼ଙ୍ଗୀ ପ୍ରମୁଖ ସହାୟତା କରିଥିଲେ ପରିଶେଷରେ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments