ନୟାଗଡ ଜିଲ୍ଲା( ନୂଆଗାଁ
)ପାରାଢିପି ପଞ୍ଚାୟତର ଥୁଆବାରି ଗ୍ରାମର ଡମସାହିରେରେ ଖୁଶିର ଲହରୀ ଖେଳିଯାଛି । କାରଣ ଦୀର୍ଘ ୨ ମାସରୁ
ଅଧିକ ହେବ ଗ୍ରାମକିଛି ହିତାଧିକାରୀ କାରୀଙ୍କ ବିଦୂତ ସଂଯୋଗ ବିଚିର୍ଣ୍ଣ ହୋଇଥିଲା
। କାରଣ ବିଦୂତ ବିଲ ପଇଠ ହୋଇନଥିବାରୁ ବିଦୂତ ବିଭାଗ
ଦ୍ଵାରା ବିଦୂତ ସଂଯୋଗ ବନ୍ଦ କରୀ ଦିଆଯାଇଥିଲା । ଗ୍ରୀଷ୍ମ ପ୍ରଭାବ ବଢିବା ସହିତ ଅସହ୍ୟ ଗରମ ଜନଜୀବନ
ଅସ୍ତବ୍ୟସ୍ତ କରିଦେଇଛି । ଏ ସମୟରେ ବିଦୂତ ସଂଯୋଗ ନଥିବାରୁ ଡମସାହିର ବାସିନ୍ଦା ଅସହ୍ୟ ଗରମ ସହି
ନ ପାରି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ । ତତ ପରେ
ପାରାଢିପ ସରପଞ୍ଚ ବ୍ଲକ ଅଧକ୍ଷ୍ୟାଙ୍କୁ ଏ ବିଷୟ ନେଇ ଆଲୋଚନା କରିଥିଲେ । ଆଜି ବିଦୂତବିଭାଗ ଅଫିସ
ମଧ୍ୟରେଏ ସମସ୍ଯା କୁ ନେଇ ଆଲୋଚନା କରାଯାଇଥିଲା । ସମସ୍ୟାର ସମାଧାନ କରାଯାଇ
ଆଜି ସନ୍ଧ୍ୟାରେ ଡମସାହିରେ ବିଦୂତ ସଂଯୋଗ କରାଯାଇଛି । ଏଥିପାଇଁ ଥୁଆବାରି ଡମ
ସାହିର ସାହିବାସିନ୍ଦା ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା
ବେହେରା ଓ ସରପଞ୍ଚ ପରାଢିପି ବିଭୁତି ଭୂଷଣ ପ୍ରଧାନ ଙ୍କୁ ଧନ୍ୟବାଦ ଜଣାଇ ଅଛନ୍ତି । ।
0 Comments