ଦାସିଆ ଅଜାଙ୍କ ସଂଗ୍ରାହଳୟ ସ୍ଥାନ ପାଇଲା ଉତ୍କଳମଣି ଗୋପବନ୍ଧୁ ଙ୍କ ଜ୍ଵାଇଁ ପ୍ରଫେସର ରତ୍ନାକର ପତିଙ୍କ ବ୍ୟବହୃତ ସାମଗ୍ରୀ

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ଗ୍ରାମରେ ଥିବା ଓଡିଶା ପାଠାଗାର ଆନ୍ଦୋଳନର ର ସ୍ରଷ୍ଟା ଦାସିଆ ଅଜାଙ୍କ ଦ୍ଵାରା ପ୍ରତିଷ୍ଠିତ ପାଠାଗାର ସଂଗ୍ରହାଳୟ ରେ ଥିବା ବରପୁତ୍ରଙ୍କ ସ୍ମୃତି ସାମଗ୍ରୀ ଗ୍ୟାଲେରୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ବଡ ଜ୍ଵାଇଁ ପ୍ରଫେସର ରତ୍ନନାକର ପତିଙ୍କର ବ୍ଯବହୃତ ପୁରୁଣା ସ୍ମୃତି ସାମଗ୍ରୀ ମାନ ପ୍ରଦର୍ଶିତକରା ଯାଇଛି। ପ୍ରଫେସର ପତି ୧୮୮୯ ମସିହା ଜନ୍ମ ଗ୍ରହଣ କରି ୧୯୬୯ ମସିହାରେ ତିରୋଧାନ ହୋଇଥିଲା । ଜଣେ ବିଶ୍ଵ ପ୍ରସିଦ୍ଧ ଦାର୍ଶନିକ ଭ୍ବାରେ ସୁପ୍ରସିଦ୍ଧି ଲାଭ କରିଥିଲେ । ପଣ୍ଡିତ ଉତ୍କଳମଣି ଙ୍କ ଜ୍ୟଷ୍ଠ ଝିଅଙ୍କ ସହିତ ବିଭାହ ବନ୍ଧନରେ ଯୋଡି ହୋଇଥିଲେ । ନିଜ ଜୀବନ କାଳରେ ୧୯୩୦ ମସିହାରେ ବ୍ୟବହାର କରୁଥିବା ଚଷମା ଓ ୧୯୪୦ ମସିହାର ମଠାଚଦର ଏବଂ ନାସ ବ୍ୟବହାର କରୁନଥିଲେ ମଧ୍ୟ ତାହାକୁ ସୁଙ୍ଘୁଥିଲେ ସେଥିପାଇଁ ଏକ କୌତୁକିଆ କ୍ଷୁଦ୍ରତମ ପିତଳ ନିର୍ମିତ ନାଶ ଦାନୀ । ତତ ସହିତ ୧୯୪୭ ମସିହା ପୂର୍ବର ଅନେକ ପୁରାତନ ବିରଳ ପୁସ୍ତକ ମାନଙ୍କୁ ପ୍ରଫେସର ଙ୍କ କଟକ ସହରରେ ଥିବା ବାସଗୃହ ରୁ ଦାସିଆ ଅଜାଙ୍କ ନାତି ଦୀପକ ପଟନାୟକ ଦ୍ଵାରା ସଂଗ୍ରହ କରାଯାଇଛି ।


ପ୍ରଫେସର ପତିଙ୍କ ବୋହୁ ଅର୍ଣ୍ଣପୁରନ୍ନା ଦେବୀ ସମସ୍ତ ସ୍ମୃତି ସାମଗ୍ରୀ ଓ ପୁସ୍ତକ ମାନ ପାଠାଗାର ସଂଗ୍ରହାଳୟ କୁ ପ୍ରଦାନ କରିଛନ୍ତି । ପ୍ରଫେସରଙ୍କ ମୃତ୍ୟୁ ହେବାର ୫୪ବର୍ଷ ବିତିଯାଇଛି କିନ୍ତୁ ଏହି ମହାନ ପୁରୁଷଙ୍କର  ସ୍ମୃତିକୁ ରଖିବା ପାଇଁ କେହିବି ଚେଷ୍ଟା କରିନାହାନ୍ତି । ଦାସିଆ ଅଜାଙ୍କ ଅନୁଷ୍ଠାନ ପକ୍ଷରୁ ଓଡିଶା ର ଏହି ପ୍ରସିଦ୍ଧ ବରପୁତ୍ରଙ୍କ ର ଅମ୍ଳାନ ସ୍ମୃତି କୁ ଜନ ମନସାରେ ଉଜୀବିତ କରୀ ରଖିବାପାଇଁ ଉଦ୍ୟମକୁ ପ୍ରଫେସର ପତିଙ୍କ ପରିବାରବର୍ଗ ଖୁବ ଖୁସି ପ୍ରକଟ କରିଛନ୍ତି । ଦାସିଆ ଅଜାଙ୍କ ସଂରାଳୟରେ ପୂର୍ବରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ବ୍ୟବହୃତ ପୁରାତନ ବିରଳ ଟିଣ ଟ୍ରଙ୍କ ସଂଗ୍ରହ କରାଯାଇଛି । ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ସୁପୁତ୍ର ପ୍ରଫେସର ବିକ୍ରମ ଦାସ ୧୯୮୪ ମସିହାର ଟ୍ରଙ୍କ କୁ ଦାସିଆ ଅଜାଙ୍କୁ ଦେଇଥିଲେ । ସୂଚନା ଥାଉକି ଦାସିଆ ଅଜାଙ୍କ ସଂଗ୍ରହାଳୟରେ ଥିବା ବରପୁତ୍ର ଗ୍ୟାଲେରୀ ମଧ୍ୟରେ ୨୦୦ ରୁ ଅଧିକ ପ୍ରସିଦ୍ଧ ବରପୁତ୍ର ମାନଙ୍କର ବ୍ୟବହାର ସ୍ମୃତି ସାମଗ୍ରୀ ମାନ ସଂଗ୍ରହ ହୋଇଛି ।

Post a Comment

0 Comments