ନୂଆଗାଁ ବ୍ଲକ ସଭା ଗୃହରେ ଆଜି ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଓଡ଼ିଶା ଆନୁକୁଲ୍ଯରେ 20୨୩-୨୪ ଗ୍ରାମପଞ୍ଚାୟତର
ଉନ୍ନୟନ ଯୋଜନା ପାଇଁ ବାର୍ଷିକ ଖସଡା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ପଞ୍ଚୟତର
ସରପଞ୍ଚ ସମିତିସଭ୍ୟ ,GRS, PO ମାନଙ୍କୁ
ନେଇ ଏହି ବୈଠକରେ ଉପସ୍ଥିତ ରହିଥିଲେ। ନୂଆଗାଁ ବ୍ଲକ ମଧ୍ୟରେ ଥିବା ୨୨ ଗୋଟି ପଞ୍ଚାୟତ ମଧ୍ୟରେ ସରକାରଙ୍କ
ଦ୍ଵାରା ବିଭିର୍ଣ୍ଣ ଯୋଜନା କିଭଳି କାର୍ଯ୍ୟ କ୍ଷମ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା ।
ସାଧାରଣ ଭାବରେ ନାଗରିକ ମାନଙ୍କୁ ଗ୍ରାମ ପଞ୍ଚାୟତ
ମାଧ୍ୟମରେ ସମସ୍ତ ସେବା ଦିଆ ଯାଇଥାଏ । ଗ୍ରାମପରିମଳ ,ଆଲୋକିକରଣ ,ପାନୀୟଜଳ ଯୋଗାଣ ,ମହାତ୍ମାଗାନ୍ଧୀ ଜାତୀୟନିଶ୍ଚିତ କର୍ମନିଯୁକ୍ତି
ଯୋଜନା,ରାଶନ ହିତାଧିକାରୀଙ୍କୁ ପିଡିଏସ ଯୋଗାଣ,ଭତା,ରାସ୍ତା ,ମିଡେମିଲ,ସ୍ବାସ୍ଥ୍ୟବିମା,ଗ୍ରାମିଣ ହାଟ ,ଜଳଛତ୍ର
ପରି ବିଭିନ୍ନ ଯୋଜଜନା ବିଷୟରେ ଆଲୋଚନା କରଯାଇଥିଲା
। ତତ ସହିତ ସ୍ୱଚ୍ଛଭାରତ ମିଶନ (ଗ୍ରାମୀଣ)ଅନୁକୂଲ୍ୟରେ କଠିନ ବର୍ଜ୍ୟବସ୍ତୁ
ପରିଚାଳନା ନିମିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳ କିଭଳି ଭ୍ବାରେ ଅଣ
ଜୈବ ବିଘଟନସୀଳ କଠିନ ବର୍ଜ୍ୟବସ୍ତୁ କୁ ସଠିକ ଭାବରେ ପରିଚାଳନା କରାଯିବ ସେନେଇ ପ୍ରଶିକ୍ଷଣ
ଦିଆଯାଇଥିଲା । ଏହି ଶିବିରର ମୁଖ୍ୟ ଉଦେଶ୍ୟ ଗ୍ରାମାଞ୍ଚଳରେ ବ୍ୟବହାର କରାଯାଉଥିବା ଅଣ ଜୈବ
ବିଘଟନସୀଳ କଠିନ ବର୍ଜ୍ୟବସ୍ତୁ ଯଥା -କାଚ ,ପ୍ଲାଷ୍ଟିକ ,ଲୁହା ,ପଲଥିନ ,ବିଭିର୍ନ୍ନ ପ୍ରସାଧରଣ ସାମଗ୍ରୀର ଖୋଳପା । ଯାହାକି ସହଜରେ ନଷ୍ଟ ହୁଏ ନାହିଁ ।ସେ
ବର୍ଜ୍ୟ ବସ୍ତୁକୁ କିପରି ପରିଚାଳନା କରିବା ସେନେଇ କୁହାଯାଇଥିଲା ।ଆଜିର ବୈଠକରେ
ଗ୍ରାମ ODF ପ୍ଲସ୍ ଯୋଜନା କାର୍ଯ୍ୟ କିଭଳି କରାଯିବ |ସେନେଇ ଆଲୋଚନା
କରଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା , ନୂଆଗାଁ
ବିଡିଓ ସଚିଦାନନ୍ଦ ମିଶ୍ର ,ବ୍ଲକ ପରିମଳ ଅଧିକାରୀ କାହ୍ନୁ ଚରଣ ବେହେରା, ଆସିଷ୍ଟାଆସିଷ୍ଟାନ୍ଟ ଇନ୍ଜିନିଅର
ଶୁଭଶ୍ରୀ ପଣ୍ଡା ,ଜିପିଓ ସାଧୁଚରଣ ସାହୁ ,ସିପି ତୁଷାରକାନ୍ତ ପରିଡା ଉପସ୍ଥିତ ରହିଥିଲେ ।
0 Comments