ନୂଆଗାଁ ବ୍ଲକ ସଭା ଗୃହରେ ଆଜି ସ୍ୱଚ୍ଛଭାରତ
ମିଶନ (ଗ୍ରାମୀଣ)ଅନୁକୂଲ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ହୋଇଯାଇଛି । ଗ୍ରାମାଞ୍ଚଳ କିଭଳି ଭ୍ବାରେ ଅଣ ଜୈବ ବିଘଟନସୀଳ କଠିନ ବର୍ଜ୍ୟବସ୍ତୁ କୁ ସଠିକ ଭାବରେ
ପରିଚାଳନା କରାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଶିବିରର ମୁଖ୍ୟ ଉଦେଶ୍ୟ ଗ୍ରାମାଞ୍ଚଳରେ
ବ୍ୟବହାର କରାଯାଉଥିବା ଅଣ ଜୈବ ବିଘଟନସୀଳ କଠିନ ବର୍ଜ୍ୟବସ୍ତୁ ଯଥା -କାଚ ,ପ୍ଲାଷ୍ଟିକ ,ଲୁହା ,ପଲଥିନ ,ବିଭିର୍ନ୍ନ ପ୍ରସାଧରଣ ସାମଗ୍ରୀର ଖୋଳପା । ଯାହାକି ସହଜରେ
ନଷ୍ଟ ହୁଏ ନାହିଁ ।ସେ ବର୍ଜ୍ୟ ବସ୍ତୁକୁ କିପରି ପରିଚାଳନା କରିବା ସେନେଇ କୁହାଯାଇଥିଲା ।
ପରିଚାଳନା ପଦ୍ଧତି :-
୧) ସେହି କଠିନ ବସ୍ତୁକୁ ଅଲଗା ରଖିବା ।
୨
)ସେହି ବସ୍ତୁକୁ ଘରେ ହିଁ ପରିଚାଳନ କରିବା ।
୩ ) ଯାହାକୁକୀ ସପ୍ତାହକ ମଧ୍ୟରେ ସ୍ଵୟଂ ସହାୟକ
ଗୋଷ୍ଠୀ ଦ୍ଵାରା ମାଟିରେ ମିଶୁନଥିବା ବର୍ଜ୍ୟବସ୍ତୁର ସଂଗ୍ରହ କରିବେ ।
୪ )ଗ୍ରାମ/ଗ୍ରାମପଞ୍ଚାୟତ ପୃଥକୀ କାରଣ ଗୃହ ମଧ୍ୟରେ
ମାଟିରେ ମିଶୁନଥିବା ବର୍ଜ୍ୟବସ୍ତୁକୁ ଗଚ୍ଛିତ କରି ରଖିବା ।
୫)ନିକଟତମ ସହରକୁ ମାଟିରେ ମିଶୁନଥିବା ବର୍ଜ୍ୟ ବସ୍ତୁକୁ ସ୍ଥାନାନ୍ତର କରିବା ।
ଏହି ସବୁ ବର୍ଜ୍ୟ ବସ୍ତୁଗୁଡିକ ସହରର ବର୍ଜ୍ୟ ପରିଚାଳନା କେନ୍ଦ୍ରରେ ପରିଚାଳିତ କରାଯିବ । ଏ ସବୁ ବିଷୟରେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିଚାଳନା କିପରି କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ନୂଆଗାଁ ବ୍ଲକ ୨୨ ଗୋଟି ପଞ୍ଚାୟତ ରୁ ସମସ୍ତ ସରପଞ୍ଚ ଓ ପ୍ରତେକ ଗ୍ରାମର ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।ପ୍ରଶିକ୍ଷଣ ଶିବିରରରେ ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ । ଜିଲ୍ଲା ପରିମଳ ଅଧିକାରୀ ଦେବବ୍ରତ ପଣ୍ଡା,ବ୍ଲକ ପରିମଳ ଅଧିକାରୀ କାହ୍ନୁ ଚରଣ ବେହେରା, ଆସିଷ୍ଟାଆସିଷ୍ଟାନ୍ଟ ଇନ୍ଜିନିଅର ଶୁଭଶ୍ରୀ ପଣ୍ଡା,ବିପିଏମ ସସ୍ମିତା ପରିଡା,ଜିପିଓ ସାଧୁଚରଣ ସାହୁ ,ସିପି ତୁଷାରକାନ୍ତ ପରିଡା ଉପସ୍ଥିତ ରହିଥିଲେ ।
0 Comments