ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ପୋଖରୀଗୋଛା ପଞ୍ଚାୟତର ସରପଞ୍ଚ ପାଇଁ ଆଜି ହୋଇଥିବା ମତଦାନର ଫଳାଫଳ ଆଜି ଘୋଷଣା ହୋଇଛି । ଆଜି ବାର ରାଉଣ୍ଡ ଶେଷରେ ସୀମନ୍ତ ନାୟକ ୧୦୯ ଖଣ୍ଡ ଭୋଟ ରେ ନିକଟତମ ପ୍ରତିଦ୍ୱନ୍ଦୀ ବଳଭଦ୍ର ଜାନୀ କୁଂ ପରାସ୍ତ କରିଛନ୍ତି । ଗତ ତା ୨ ତାରିଖରେ, ପୋଖରୀଗୋଛା ଗ୍ରାମ ପଂଚାୟତ ରେ ୧ ହଜାର ୭୧୬ ଜଣ ଭୋଟରଙ୍କ ମଧ୍ୟରୁ ୧ ହଜାର ୩୧୪ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଥିଲେ । ମତଦାନ ହାର ୭୬.୬ ପ୍ରତିଶତ ରହିଥିବାବେଳେ, ୧୨ଟି କେନ୍ଦ୍ରରେ ଏହି ମତଦାନ
ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା । ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଅତିରିକ୍ତ ତହସିଲଦାର କେ ଭେଙ୍କଟେଶ୍ଵର ରାଓ ଏବଂ ପ୍ରକାଶ ସେଠ୍ ରହିଥିବା ବେଳେ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଉପସ୍ଥିତ ରହି ଆଇନଶୃଙ୍ଖଳା ପ୍ରତି ଦୃଷ୍ଟି ଦେଇଥିଲେ। ଆଜି ସକାଳ ୮ ଘଟିକା ଠାରୁ ଦଶପଲ୍ଲା ବ୍ଲକ୍ କାର୍ଯ୍ୟାଳୟ ରେ ୧୨ ଗୋଟି ରାଉଣ୍ଡରେ ଭୋଟ୍ ଗଣତି ହୋଇଥିଲା । ଶେଷରେ ପୂର୍ବତନ ସରପଞ୍ଚ ଶିବସେନ ନାୟକଙ୍କ ପୁଅ ତଥା ଦଶପଲ୍ଲା ସ୍ବାଭିମାନ ମଂଚ ସମର୍ଥିତ ପ୍ରାର୍ଥି ସୀମନ୍ତ ନାୟକ ୧୦୯ ଖଣ୍ଡ ଭୋଟ୍ ରେ ବିଜୟଲାଭ କରିଥିବା ସୂଚନା ମିଳିଛି ।
0 Comments