ନୂଆଗାଁ ବ୍ଲକ ପରିସରରେ ଥିବା ସଭା ଗୃହମଧ୍ୟରେ କୃଷି ବିଭାଗ ଆନୁକୁଲ୍ୟରେ ଚଳିତ ଖରିଫ ଋତୁ ପାଇଁ ସଚେତନତା ଶିବିର ହୋଇଯାଇଛି । ନୂଆଗାଁ ବ୍ଲକ କୃଷିଆଧିକାରିଣୀ ପୂଜା କାହ୍ନରଙ୍କ ତତ୍ବାବଧାନରେ ନୂଆଗାଁ ବ୍ଲକ ର ସମସ୍ତ ଷୋସାଇଟ ସେକ୍ରେଟାରୀ ଓ ପର୍ଯ୍ୟବେକ୍ଷକ ଏବଂ କୃଷକ ମାନଙ୍କୁ ନେଇ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତହ ୩ଟି ବିଷୟକୁ ନେଇ ଆଲୋଚନା କରଯାଇଥିଲା।
୧) ଚଳିତ ଖରିଫ ଋତୁ ପାଇଁ ସଚେତନତା ଶିବିର ।
୨ ) ବିଭିନ୍ନ ବିହନର ଦର ଓ ବିହନ ବିତରଣ ପ୍ରଣାଳୀ ର ବିବରଣୀ ସହିତ ଗୋ-ସୁଗମ ପୋର୍ଟାଲମାଧ୍ୟମରେ ଚାଷୀ ବିହନ ପାଇଁ କିଭଳି ଅଗ୍ରିମ ବିହନ ବୁକିଙ୍ଗକରିବେ । ମୋଟ ମୂଲ୍ୟର ୧୦% ଦେଇ ଅନ୍ଲାଇନ୍ ମାଧ୍ୟମରେ ପ୍ରି ବୁକିଂ କରିପାରିବେ |. ତତପରେ ବିହନ କିଣିବା ସମୟରେ ବାକି ଟଙ୍କା ଦେଇକି କିଣାଯିବ. ସମୁଦାୟ ୫୦% ସବସିଡ ଚାଷୀଙ୍କ ଖାତାକୁ ପରବର୍ତ୍ତୀ ସମୟରେ ଛଡ଼ାଯିବ। ଜଣେ ଚାଷୀ ୧.୫ କୁଇଣ୍ଟାଲ ବିହନ ଯାଏଁ ସବସିଡି ନେଇପାରିବ ।
୩) ଚଳିତ ଖରିଫ ଫସଲ ନିମନ୍ତେ ଚାଷୀ ମାନଙ୍କ ନିକଟରେ ସାର ଓ ବିହନ ଆଗୁଆ ଗଚ୍ଛିତ ରଖିବା ପାଇଁ ବ୍ୟବସ୍ଥା ବିଷୟରେ ଆଲୋଚନା କରଯାଇଥିଲା ତତ ସହିତ ମୃତିକା ସ୍ୱାସ୍ଥ୍ୟ ପରିଚାଳନା କିଭଳି କରାଯିବ ସେ ନେଇ ଆଲୋଚନା କରଯାଇଥିଲା । ଶିବିରରେ ଅତିଥିଭାବରେ ଲଲାଟେନ୍ଦୁ ମୋହାପାତ୍ର , ସହକାରୀ ନିର୍ଦେଶକ, ମୃତ୍ତିକା ପରୀକ୍ଷାଗର, ନୟାଗଡ଼, ସନ୍ତୋଷ କୁମାର ପରିଡା , ବିହନ ଉତ୍ପାଦନ ଓ ବିକ୍ରୟ ଅଧିକାରୀ, ନୟାଗଡ଼, ସରୋଜ କୁମାର ସାହାଣୀଶାଖା ପରିଚାଳକ, NDCCB, ମହିପୁର |
0 Comments