ଖାଲମଡା କଇଁଆ ସାହିରେ ନିଆଁ ଲାଗି ଜଳିଗଲା ହଜାର ହଜାର ଟଙ୍କାର ପାଳଗଦା

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଖାଲମଡା କଇଁଆ ସାହିରେ ନିଆଁ ଲାଗି ଜଳିଗଲା ହଜାର ହଜାର ଟଙ୍କାର ପାଳଗଦା. ଆଜି ମିଳିଥିବା ସୂଚନା ଅନୁସାରେ ଆଜି ସକାଳ 8ଘଟିକା ସମୟରେ ଖାଲମଡା କଇଁଆସାହି ଅନ୍ତର୍ଯ୍ୟାମୀ ପରିଡାଙ୍କ ପାଳଗଦାରେ କୌଣସି କାରଣ ବଶତ ପାଳ ଗଦାରେ ନିଆଁ ଲାଗିଯାଇ ଥିଲା. ନିଆଁ କୁ ଆକଟ କରିବା ପାଇଁ ଗ୍ରାମବାସୀ ଚେଷ୍ଟା କରିଥିଲେ ମାତ୍ର ସମ୍ଭବ ହୋଇନଥିଲା. ନୂଆଗାଁ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ସେମାନେ ଆସି ନିଆଁ କୁ ଆକଟ କରିଥିଲେ. ପାଳ ଗଡଦାର ଆନୁମାନିକ ମୂଲ୍ୟ 20ହଜାର ଟଙ୍କାରୁ ଅଧିକ ହେବ ବୋଲି ସ୍ଥାନୀୟ ଲୋକ ସୂଚନା ଦେଇ ଅଛନ୍ତି.

Post a Comment

0 Comments