ନୂଆଗାଁ ବ୍ଲକ ର ପଛୁଆବର୍ଗର ଲୋକମଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ ମେୟ ୧ ତାରିଖରୁ ୯୬ ଟି ସେଣ୍ଟର ମଧ୍ୟରେ ଆରମ୍ଭ ହୋଇଯାଇଛି । ଆଜି ନୂଆଗାଁ ବ୍ଲକ ବିଡିଓ ସଚିଦାନନ୍ଦ ମିଶ୍ର ପର୍ଯ୍ୟବେକ୍ଷଣରେ ବିଭିର୍ନ୍ନ କେନ୍ଦ୍ର ଭ୍ରମଣ କରି ସ୍ଥିତି ପରଖିଥିଲେ । ସାଧାରଣ ଜନତାର କିଭଳି ଭ୍ବାରେ ପଛୁଆ ବର୍ଗର ଲୋକମାନଙ୍କର ବୃତ୍ତି,ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ପରିବାରର ଲୋକମାନେ କେଉଁପ୍ରକାର ଶିକ୍ଷାନୁଠାନ ଅଧ୍ୟୟନ କରିଛନ୍ତି । ସେ ବିଷୟରେ ସୂଚନା ମିଳିବା ଦ୍ଵାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ପ୍ରାପ୍ତ ହୋଇପାରିବେ ସେବିଷୟରେ କେନ୍ଦ୍ର ମଧ୍ୟରେ ଜନସାଧାରଣକୁ ବୁଝାଇଥିଲେ ।
ତତ ସହିତ ସର୍ଭେ ପାଇଁ ନିଯୁକ୍ତି ହୋଇଥିବା କର୍ମଚାରୀ ସଠିକ ଭାବରେ ସର୍ଭେ କରୁଛନ୍ତିକି ନାହିଁ ପଚାରି ବୁଝିଥିଲେ । ଆଜି କୋରଡା ,ନୂଆଗାଁ ପଞ୍ଚାୟତ ମଧ୍ୟରେ ଥିବା ବିଭିର୍ନ୍ନ ସର୍ଭେ ସେଣ୍ଟର ପର୍ଯ୍ୟବେକ୍ଷଣ କରିଥିଲେ ବିଡିଓ ତାଙ୍କସହିତ ନୂଆଗାଁ ଡବ୍ଲୁଇଓ ଓ ଏବିଓ ନୂଆଗାଁ ଉପସ୍ଥିତ ଥିଲେ ।
0 Comments