ନୂଆଗାଁ ବ୍ଲକ ପରିସରରେ ଭତାସମ୍ପର୍କିତ ବିଭିର୍ନ୍ନ ସମସ୍ଯା ଓ ବ୍ଯାଙ୍କ ଉଠାଣ ସମ୍ପକରେ ସଚେତନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଭତ୍ତା ପାଉଥିବା ହିତାଧିକାରୀ ଙ୍କର ବିଭିନ୍ନ ସମସ୍ୟା ଯଥା ଟଙ୍କା ବ୍ୟାଙ୍କରୁ ନ ଉଠାଇ ପାରିବା, ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ , ଆଧାର ନବୀକରଣ, ବ୍ୟାଙ୍କ ମିତ୍ରଙ୍କ ସାହାଯ୍ୟ ରେ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇବା, ଶଯ୍ୟାଶାୟୀ ଲୋକଙ୍କୁ ଘରେ ଭତ୍ତା ଟଙ୍କା ଦେବା ବାବଦ ରେ ସବିଶେଷ ଆଲୋଚନା ହୋଇଥିଲା ।
ଆଜିର କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟ ବେହେରା ,ମଣ୍ଡଳ ଉନ୍ନୟନ ଅଧିକାରୀ ସଚିଦାନ୍ଦନ ମିଶ୍ର , ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରିଣୀ, ସମସ୍ତ ପଞ୍ଚାୟତ କାଯ୍ୟ ନିର୍ବାହୀଅଧିକାରୀ, ସମସ୍ତ ସରପଞ୍ଚଙ୍କ ଉପସ୍ଥିତି ରେ ସବିଶେଷ ଆଲୋଚନା କରାଗଲା।
0 Comments