ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଚାଲିଥିବା ପଛୁଆ ବର୍ଗ ସର୍ଭେରେ ପର୍ଯ୍ୟବେକ୍ଷଣ କାଲେ ଓଡିଶା ରାଜ୍ୟ ଆୟୋଗର ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀପ୍ରଦିପ କୁମାର ନାୟକ । ନୂଆଗାଁ ବ୍ଲକ ର ହରିପୁର, ବାହାଦଜୋଲା, ସିଙ୍ଗରପାଲ୍ଲୀ, ଗାଟେରୀ, ମହିପୁର, ଚାହାଲି, ଢେକେନା ଦୁର୍ଦୁରା ଜି.ପି ସର୍ଭେ ପ୍ରକ୍ରିୟାର ଦ୍ୱିତୀୟ ବିଶେଷ ପ୍ରଚାର ଦିନରେ ପଛୁଆ ବର୍ଗର ଲୋକଙ୍କ ସର୍ଭେ କେନ୍ଦ୍ର ପରିଦର୍ଶନ କରିଥିଲେ। ୦୧ /୦୫ /୨୩ ରୁ ଆରମ୍ଭ ହୋଇଛି ଏବଂ ୨୭/୦୫/୨୩ ପର୍ଯ୍ୟନ୍ତ ଜାରି ରହିବ। । ନୂଆଗାଁ ବିଡିଓ ସାଚିଦାନନ୍ଦ ମିଶ୍ର ଙ୍କ ସହିତ ରାଜ୍ୟ ପର୍ଯ୍ୟବେକ୍ଷକ ଜନସାଧାରଣଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସର୍ଭେ ଉଦ୍ଦେଶ୍ୟରେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ସର୍ଭେ ପ୍ରକ୍ରିୟାରେ ସର୍ବାଧିକ ପଛୁଆ ଶ୍ରେଣୀର ଅନ୍ତର୍ଭୂକ୍ତ ପାଇଁ ପଦକ୍ଷେପ ନିଆଯାଇଥିଲା ଏବଂ IEC କାର୍ଯ୍ୟକଳାପ ଏବଂ ଗଣନାର ଅଗ୍ରଗତି ଯାଞ୍ଚ କରାଯାଇଥିଲା |
0 Comments