ମହିଳା ମାନଙ୍କୁ ସଶକ୍ତି କରଣ ପାଇଁ ପତ୍ର ପ୍ଳେଟ ନିର୍ମାଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

 



ନୂଆଗାଁ ବଳ୍କ ଗୁମୀ ପଞ୍ଚାୟତ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଯାଇଛି ପତ୍ର ପ୍ଳେଟ ନିର୍ମାଣ ପ୍ରଶିକ୍ଷଣ ଶିବିର। ମହିଳା ମାନଙ୍କୁ ସଶକ୍ତି କାରଣ କରିବା ନିମନ୍ତେ ଓଡିଶା ସରକାର ମିଶନ ଶକ୍ତି ମାଧ୍ୟମରେ ବିଭିର୍ନ୍ନ ଯୋଜନା ପ୍ରସ୍ତୁତି କରିଛନ୍ତି । ଯଦ୍ଵାରକି ମହିଳା ଶ୍ବବଲମ୍ବୀ ହୋଇ ନିଜେ ରୋଜଗାର କରି ପରିବାର ଭରଣ ପୋଷଣ କରି ଥାଏ । ଆଜି ଠିକ ସେହିପରି ଗୁମୀ ପଞ୍ଚାଯତର ଡାନ୍ତୁରା ଗ୍ରାମରେ ୪ ଟି ମହିଳା ଗୃପ ୪୦ଜଣ ମହିଳାଙ୍କୁ  ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଛି ।


ସରକାରଙ୍କ ଦ୍ଵାରା ମହିଳା ମାନଙ୍କୁ ଖଲିପତ୍ର ମେସିନ ଯୋଗାଇ ଦିଆ ଯାଇଛି । ଜଙ୍ଗଲ ରୁ ସଂଗ୍ରହ କରାଯାଉଥିବା   ଜଙ୍ଗଲଜାତ ଦ୍ରବ୍ୟକୁ କ୍ଷତି ନ କରି କିଭଳି ସାଳପତ୍ର ଓ ଶିଆଳି ପତ୍ରକୁ ବ୍ୟବହାର କରି ଖଲି ଓ ଠୁଙ୍ଗା ନିର୍ମାଣ କରାଯିବ । କୌପ୍ରଣାଳୀରେ ପତ୍ର ସଂଗ୍ରହ କରିବା ,ତାକୁ କିଭଳି ମେସିନ ମାଧ୍ୟମରେ ବ୍ୟବହାର କରିବା ସମସ୍ତ ନୀତି ନିୟମକୁ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥି ସକାଶେ OLM ବିଭାଗ ଆନୁକୁଲ୍ଯରେ ଜାଣେ ପ୍ରଶିକ୍ଷକ ନିଯୁକ୍ତି କରାଯାଇଛି । ଆଜି ପ୍ରଶିକ୍ଷଣ ଶିବିରରରେ OLM ବିଭାଗର ଶେଖ ଏସରଫ୍ |ଟେକନିକାଲ ସଂଯୋଜକ ନୂଆଗାଁ ବ୍ଲକ ମନମୋହନ ବାରିକ ,ରାଜ୍ୟ NTFP ପ୍ରଶିକ୍ଷକ , ବସୁନ୍ଧରା ଯୋଗଦେଇଥିଲେ

Post a Comment

0 Comments