ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଭିନ୍ନ ଛକ - ବଜାର ବା ରାସ୍ତାପାର୍ଶ୍ଵରେ ଜଳଛତ୍ର ଖୋଲିବା
ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଥିବା ବେଳେ । ବ୍ଲକ୍ର ପଶ୍ଚିମାଞ୍ଚଳରେ ପଞ୍ଚାୟତର ଅଦ୍ୟାବଧି କୌଣସି ଜଳଛତ୍ର ଖୋଲି ନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବାଣୀଗୋଛାଠାରେ ଥାନା ଏବଂ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୈନିକ
ବିଭିନ୍ନ ପଞ୍ଚାୟତରୁ ବହୁ ଲୋକ ଆସିଥାନ୍ତି । ସେହିପରି କୁଜାମେଣ୍ଢି, ଟାକରା, କଳସା ଖମଣ, ଚଢେୟାପଲ୍ଲୀ ଠାରେ ସ୍ବାସ୍ଥ୍ୟକେନ୍ଦ୍ର ସହିତ ଅନ୍ୟାନ୍ୟ କାର୍ଯ୍ୟାଳୟ ଥିବାରୁ ପ୍ରତିଦିନ ବହୁଲୋକ ଯାତାୟତ କରିଥାନ୍ତି । ଡ଼ହଡ଼ହ ଖରା ଯୋଗୁଁ ବହୁଲୋକ ତୃଷାର୍ତ୍ତ ହୋଇ, ରାସ୍ତା କଡରେ ଥିବା ନଳକୂପ ଉପରେ ନିର୍ଭର କରିଥାନ୍ତି । ଦଶପଲ୍ଲା ପଶ୍ଚିମାଞ୍ଚଳରେ ତୁରନ୍ତ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
0 Comments