କାଳିଆମ୍ବା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

 

କାଳିଆମ୍ବା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ


ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଢ଼ାଝୋଲା ଗ୍ରାମପଞ୍ଚାୟତ ର ବହୁ ପ୍ରତିକ୍ଷୀତ କାଳିଆମ୍ବା ଠାରେ  ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ (କ୍ଷୁଦ୍ର ଜଳସେଚନ ବିଭାଗ )ନୟାଗଡ ଅଧୀନରେ କଳିଆମ୍ବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ୨ କୋଟି ୨୯ ଲକ୍ଷ ଟଙ୍କାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମଞ୍ଜୁର ହୋଇଅଛି ।  ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ପାଇଁ ଚେଷ୍ଟା ପ୍ରଚେଷ୍ଟା ଚାଲିଥିଲା । ଆଜି ସେହି ବହୁପ୍ରତିଖିତ ପ୍ରକଳ୍ପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଅନୁଷ୍ଠାନିକ ଭାବରେ କାଳିଆମ୍ବା ନିକଟରେ ସମସ୍ତ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ଏହି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ  କରିଛନ୍ତି ।


ଉକ୍ତ କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧକ୍ଷ୍ୟାଙ୍କ ପ୍ରତିନିଧି ସଂକର୍ଷଣ ବେହେରା ,ଉପାଧକ୍ଷ ପର୍ସୁରାମ ସ୍ଵାଇଁ ,୧୬ ନ ଜୋନ ଜିଲ୍ଲା ପରିଷଦସଭ୍ୟା ଜସ୍ମିନ ଦାସ ,୧୭ ଜୋନ ଜିଲ୍ଲା ପରିଷଦସଭ୍ୟାଙ୍କ ପ୍ରତିନିଧି ଦିଲୀପ ଦଳବେହେରା , ମନୋଜ ପଟ୍ଟନାୟକ ଅଧିକ୍ଷରଣ ଯନ୍ତ୍ରୀ,କ୍ଷୁଦ୍ର ଜଳସେଚନ ବିଭାଗ ,ନୟାଗଡ ,ଆରତୀ ଶେଠୀ ସରପଞ୍ଚ ବାହାଡଝୋଲା,ମିତା ଅଧିକାରୀ ସମିତି ସଭ୍ୟା ବାହାଡଝୋଲା ପଂଚାୟତ ଉପସ୍ଥିତ ରହିଥିଲେ । ତତ ସହିତ ଅଞ୍ଚଳର ବୁଦ୍ଧିଜୀବୀ ଆଞ୍ଚଲ ବାସୀ ଓ ନିକଟ ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ଯ ଉପସ୍ଥିତ ରହିଥିଲେ  ଉକ୍ତ କାର୍ଯ୍ୟପାଇଁ ଅଞ୍ଚଳବାସୀ,କୃଷକ ଭାଇମାନେ ଓ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଅଛନ୍ତି  l

Post a Comment

0 Comments