ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତର ଗ୍ରାମ କୃଷି କର୍ମଚାରୀପୁଅ ମାଟ୍ରିକ ପରୀକ୍ଷା ରେ ନୟାଗଡ଼ ଜିଲ୍ଲା ଟପ୍ପର

 


ବହୁ ପ୍ରତୀକ୍ଷାର ଅନ୍ତ ପରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ।ନୟାଗଡ଼ ଜିଲ୍ଲାରେ ପାସହାର ୯୬.୯୨ ପ୍ରତିଶତ ରହିଥିବାବେଳେ ମୋଟ ୨୩୧ ଗୋଟି ହାଇସ୍କୁଲରେ ୧୨୧୨୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ।ସେଥି ମଧ୍ୟରୁ ଦଧିବାମନଜୀଉ ଉଚ୍ଚ ବିଦ୍ୟାଳୟ ଶିଖରପୁରରେ ଅଧ୍ୟୟତରତ ଛାତ୍ର କେଶବ ଚନ୍ଦ୍ର ପରିଡା ସମୁଦାୟ ୬୦୦ ମାର୍କରୁ ୫୭୮ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଥିବା ନେଇ ସୂଚନା ମିଳିଛି।ତାଙ୍କ ବାପା, ମା ଓ ଶିକ୍ଷକମାନଙ୍କର ଆଶୀର୍ବାଦରୁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି କେଶବ କହିଛନ୍ତି।ବିଶେଷ କରି ନିଜର କଠିନ ଅଧ୍ୟବସାୟ ବଳରେ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି।କେଶବ ହେଉଛନ୍ତି କୃଷ୍ଣଚନ୍ଦ୍ର ପରିଡା ଓ ରୁକୁଣୀ ପରିଡାଙ୍କ ସୁଯୋଗ୍ୟ ସନ୍ତାନ।ସୂଚନାଯୋଗ୍ୟ ଯେ କିଶୋରଙ୍କ ପିତା କୃଷ୍ଣଚନ୍ଦ୍ର ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତର ଗ୍ରାମ କୃଷି କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି ଓ ମାତା ରୁକୁଣୀ ଗୃହିଣୀ ଅଟନ୍ତି।କେଶବଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଅଛି।

Post a Comment

0 Comments