ଭଙ୍ଗା ହୃଦୟର ମୂଲ୍ୟ

 ରଚନା : ଲୋକନାଥ ବାଡ଼ତ୍ୟା !


 ହୃଦୟ ଟା ଗୋଟିଏ କାଚ ଆଇନା। ଥରେ ଭାଙ୍ଗିଗଲେ ଚୁନା।ଯେତେ ଯାହା କଲେ ବି ଆଉ ଯୋଡି ହୁଏନା। ମନ ବି ବୁଝେନା।କେମିତି ବା ବୁଝିବ?ଏତ ଆଉ ପଥର ନୁହେଁ ଯେ ସିମେଣ୍ଟ ପଲସ୍ତରା ଦେଇ ଯୋଡେଇ କରିଦେଇ ହେବ।ଏ ପରା ହୃଦୟ ଟିଏ।ଅଦୃଶ୍ୟର ସମ୍ପର୍କ ଟିଏ।ଅନାବିଳ ଭଲ ପାଇବାର ଶେତୁଟିଏ। ନିବିଡତାର ବନ୍ଧନ ଟିଏ।ଦୁଇଟି ମନ ଦୁଇଟି ପ୍ରାଣକୁ ବାନ୍ଧି ରଖିବାର ଶକ୍ତ ରଜୁଟିଏ।ସେଇ ଶେତୁ ସେଇ ଭଲ ପାଇବା ସେଇ ସମ୍ପର୍କ ଟିଏ ଗଢିବାକୁ ଯେତିକି ସମୟ ଲାଗେ ଭାଙ୍ଗିବାକୁ ଯେ ଏତେ ଖୁବ ସମୟ ଲାଗେ ଏ କଥାକୁ ବିଶ୍ୱାସ କରିପାରୁନି ଋତୁପର୍ଣା।ଋତୁପର୍ଣା ଚୌଧୁରୀ। ନରେନ୍ଦ୍ର ମିଶ୍ର ଙ୍କ ଏକ ମାତ୍ର କନ୍ୟା। ସେ ଖୋଜୁଛି ଭଙ୍ଗା ହୃଦୟର ମୂଲ୍ୟ।

                ନରେନ୍ଦ୍ର କୁମାର ମିଶ୍ର ଏକ ନିଆରା ବ୍ୟକ୍ତିତ୍ବ।ସ୍ଥାନୀୟ ହାଇସ୍କୁଲର ହେଡ ମାଷ୍ଟର। ଧର୍ମପତ୍ନି କେବେଠୁ ଇହଲୀଳା ସମ୍ବରଣ କଲେଣି।ଘରେ କେବଳ ଏକ ଝିଅ ଋତୁପର୍ଣା। ଏଇ ମାତ୍ର ବି ଟେକ କରି ଘରେ ବସିଛି।ତା ମାଁ ଚାଲିଯିବା ପରେ ବାପ ଓ ମାଁ ର ସ୍ନେହ ଦେଇ ବଢେଇ ଆସିଛନ୍ତି ମିଶ୍ର ସାର।ତା ପାଇ ଯୋଗ୍ୟ ପାତ୍ରଟିଏ ଦେଖି ହାତକୁ ଦି ହାତ କରି ଦେଲେ ସଂସାର ଜଞ୍ଜାଳରୁ ମୁକ୍ତି।ହଠାତ ଆଖି ଅଗରେ ନାଚି ଉଠିଲା ଗୋଟିଏ ଚେହେରା।ସମ୍ବିତ ମହାପାତ୍ର। ସେ ବି ଇଁଜିନିଅରିଂ କରି ହାଇଦ୍ରାବାଦ ର କେଉଁ ନାମି କମ୍ପାନୀ ରେ ଚାକିରି କରୁଛି।ମୋଟା ଅଙ୍କର ଦରମା।ଯଦିଓ ପିତୃ ମାତୃ ପରିଚୟ ରୁ ବଞ୍ଚିତ। ତଥାପି ପାତ୍ର ହିସାବରେ କିଛି କମ ନୁହେ।ସେ ବି ତ ତାଙ୍କ ହାତ ତିଆରି ମଣିଷ ଟିଏ।ତାଙ୍କ ରି ବଦାନ୍ୟ ତାରେ ଏତେ ଉଚ୍ଚ କୁ ଉଠି ପାରିଛି।ଛୋଟ ବେଳୁ ବର୍ତ୍ତମାନ ଯାଏ ତାର ପ୍ରତ୍ୟେକ ଖର୍ଚ୍ଚ ତୁଲାଇ ଆସିଛନ୍ତି ମିଶ୍ର ସାର।ଦେଖିବାକୁ ଯେମିତି ସୁନ୍ଦର ଗୁଣ ବି ସେମିତି ସ୍ବଚ୍ଛ ।ସେ ଆଉ ଏତେ ଖୋଜୁଛନ୍ତି କଣ ଯେ?ହାତ ପାଆନ୍ତାରେ ତ ଉପଯୁକ୍ତ ବର ପାତ୍ର। ବାହାଘର ହୋଇଗଲେ ଝିଅ ତାଙ୍କ ର ଖୁସି ରେ ରହିବ।ଋତୁପର୍ଣା ସହିତ ସମ୍ବିତ ଯୋଡି ଠିକ ଦେଖାଯିବ। ସମ୍ବିତ ବେଳେ ବେଳେ ଆସେ ଘରକୁ।ଛୁଟି କଟେଇବାକୁ। ହସ ଖୁସିରେ କଟିଯାଏ ଦିନ ଗୁଡିକ।ସମ୍ବିତ ଓ ଋତୁପର୍ଣା ର ହସରେ ଫାଟିପଡେ ଘର ଅଗଣା। ଦିନେ ମିଶ୍ର ସାର ପଚାରିଲେ ଋତୁପର୍ଣା କୁ ଅରେ ମାଁ!ଏଇ ଆମ ସମ୍ବିତ କେମିତି ଲାଗେ ତୋତେ?ନାହିଁ.ମାନେ..ମୁ କଣ କହୁଥିଲିକି ପାତ୍ର ହିସାବରେ କେମିତି ଲାଗେ ?ଏମିତି ରେ ତ ତାଙ୍କ ଭଳି ବ୍ୟକ୍ତିତ୍ବ ଖୁବ ବିରଳ ବାବା।ଯେତେ ପ୍ରଶଂସା କଲେ କମ ହେବ।ତାଙ୍କୁ ଯିଏ ପାଇବ ଜୀବନ ତାର ଧନ୍ଯ ହୋଇଯିବ। କିନ୍ତୁ କାହିଁକି ବାବା?କହିଥିଲା ଋତୁପର୍ଣା। ତାକୁ ନେଇ ତୁ ଖୁସିରେ ସାରା ଜୀବନ କଟାଇପାରିବୁତ?ତୋତେ ବାଧ୍ୟ କରୁନି।ପଚାରିଲେ ମିଶ୍ର ସାର।ବାବା ।ଲାଜେଇ ଯାଇ ଆର ଘରକୁ ଚାଲିଯାଇଥିଲା ଋତୁପର୍ଣା। ବାବାଯେ ତାର ମନ କଥା ଠିକ ବୁଝି ପାରିଛନ୍ତି ସେଇ କଥା ଚିନ୍ତା କରି ଖୁବ ଆଶ୍ଚର୍ୟ୍ଯ ହୋଇଯାଇଥିଲା ସେଦିନ।ଆରେ ମାଁ!ଶ୍ରେଣୀରେ ଶହ ଶହ ପିଲାଙ୍କ ମନ ବୁଝି ସେମାନଙ୍କ ଜୀବନର ଇତିହାସ ଭୂଗୋଳ କୁ ଠିକ ଭାବେ ବୁଝିପାରୁଥିବା ତୋର ଏଇ ବାପାଟି ନିଜ ଝିଅର ମନ କଥା ବୁଝିପାରିବନି କେମିତିଯେ।କହି କହି ଚାଲିଯାଇଥିଲେ ତାଙ୍କ ଅଫିସ କୁ।ସେଇ ଦିନଠୁ ମନ ପ୍ରାଣ ସମର୍ପି ଦେଇଥିଲା ସମ୍ବିତ କୁ।

           ସମ୍ବିତ ଫୋନ କରିଛନ୍ତି ଆଜି ଆସିବେ।ତେଣୁ ଛଅ ତିଅଣ ନଅ ଭଜା କରି ଅପେକ୍ଷା କରିଛି ଋତୁପର୍ଣା।ପୋଷା ପାରା ବାଟ ନ ହୁଡି ସଞ୍ଜ ହେଲେ ଯେମିତି ଘରକୁ ଫେରେ ସେମିତି ବସରୁ ଓହ୍ଲାଇ ସିଧା ସାରଙ୍କ ଘରକୁ ଫେରିଥିଲା ସମ୍ବିତ। ସେତେବେଳକୁ ଖାଇବା ସମୟ ହୋଇଯାଇଥାଏ ।ସମ୍ବିତ ପାଇଁ ଖାଇବା ବାଢି ନିଜ ପାଇ ବାଢିଥିଲା ଋତୁପର୍ଣା। ଦୁହେଁ ଖାଇବା ଆରମ୍ଭ କରିବାକୁ ଯାଉଛନ୍ତି ସମ୍ବିତ ବେଗରେ ଥିବା ଫୋନଟି ବାଜି ଉଠିଲା।ସେମାନଙ୍କୁ ଖାଇବା ଜାଗାରୁ ଉଠି ବାକୁ ମନା କରି ନିଜେ ଫୋନ ରିସିଭ କରିଥିଲେ ସାର।ହାଲୋ ହାଲୋ କହି ଆର ଘରକୁ ଚାଲିଯାଇଥିଲେ ବାବା।ସେପଟୁ ଗୋଟିଏ ନାରୀ କଣ୍ଠରେ ସ୍ବର ଭାସିଆସୁଥିଲା। ନିଜର ପରିଚୟ ଦେଇ କହିଥିଲା 'ମୁଁ ସମ୍ବିତ ର ବାନ୍ଧିବୀ କହୁଛି,ସରିତା।ଆପଣ ତାଙ୍କ ବପା କହୁଛନ୍ତି ତ?ଦେଖନ୍ତୁ ଏଥିରେ ଲୁଚାଇବା କିଛି ନାହିଁ। ସମ୍ବିତ ଟିକେ ଲାଜ କୁଳିଆ।ସେ ଆପଣଙ୍କୁ କିଛି କହିନଥିବେ।ତାଙ୍କୁ କହିଥିଲି ଏଥର ଗଲେ ବାପାଙ୍କୁ ସବୁ ସତ କଥା କହିଦେବ।ସେ ଘରେ ପହଞ୍ଚିଲା ପରେ ମୁ ଫୋନ କରିଥିଲି।ହେଲେ ରାସ୍ତାରେ ଅଛି ଘରକୁ ଗଲେ ଫୋନ କରିବେ ବୋଲି କହି ଫୋନ କାଟି ଦେଇ ଥିଲେ। ସେତ ଆଉ କଲ ବେକ କଲେନି।ତେଣୁ ମୁଁ ଫୋନ କରିଦେଲି।ଆମ ଦୁହିଁଙ୍କ ଯଦି କିଛି ଭୂଲ ହୋଇଥାଏ ତେବେ ନିଜ ଗୁଣରେ କ୍ଷମା କରିବେ ବୋଲି ମୋର ଅନୁରୋଧ। ମୋ ବାପା ଆସନ୍ତା ତିଥି ରେ ବାହାଘର ଠିକ କରିଛନ୍ତି। ଖୁବ ଶିଘ୍ର ଆପଣଙ୍କ ନିକଟକୁ ଯିବେ।"ଆକାଶରୁ ଖସି ପଡିଲେ ମିଶ୍ର ସାର।ତାଙ୍କ ଦେହରୁ ଗମ ଗମ ଝାଳ ବୋହିଗଲା। ପ୍ରାଣ ବାୟୁ ଉଡିଗଲା ଭଳି ଅନୁଭବ କଲେ। ଫେରି ଆସିଲେ ଖାଇବା ଘରକୁ।ପାଟି କରି କହିଲେ,"ସମ୍ବିତ!ତୋର ଏଣିକି ଏଠାକୁ ଆସିବା କମ କର।ଘରେ ମୋର ବଢିଲା ଝିଅ।କିଏ କେତେ କଣ କହୁଛନ୍ତି। ଋତୁପର୍ଣା ର ବି ଗୋଟିଏ ଭବିଷ୍ୟତ ଅଛି।ଜଣେ ଶିକ୍ଷକ ହିସାବରେ ନହେଲେ ବି ଜଣେ ହିତାକାଂକ୍ଷି ହିସାବରେ ମୋର କଥାକୁ ଆଦେଶ ବୋଲି ଭାବିନେବୁ ।" କହି କହି ଚାଲି ଯାଇଥିଲେ ବାପା।ହାତରୁ ଭାତ ଗୁଣ୍ଡା ଖସିପଡୁଥିଲା ଋତୁପର୍ଣା ର।ନିର୍ମିମେଷ ନୟନରେ ଚାହିରହିଥିଲା ସମ୍ବିତ କୁ।ବେଗକୁ କାନ୍ଧରେ ଓହଳେଇ ଆସ୍ତେ ଆସ୍ତେ ଚାଲି ଯାଉଥିଲା ସମ୍ବିତ।

    *ମୋ କଥାଟି ସରିଲା,ଫୁଲ ଗଛଟି ମରିଲା*

Post a Comment

0 Comments