ନୂଆଗାଁ ବ୍ଲକ ବଡଗୋଠ ଗ୍ରାମରେ ନୂତନ ଭବରେ ନୂଆଗାଁ ବ୍ଲକ ମାଧ୍ୟରେ ଆରମ୍ଭ ହେବାକୁ ଯାଉଛି ଫ୍ରେଶ ଏଗ୍ରୋ ଉତ୍ପାଦନ କମ୍ପାନୀ. ନାରୀମାନଙ୍କୁ ସଶକ୍ତି କାରଣ କରିବା ଲାଗି ମିଶନଶକ୍ତି ଆନୁକୂଲ୍ୟରେ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଚି. କୃଷିକ୍ଷେତ୍ରରେ ନାରୀମାନେ ଉର୍ନତି କରିବା ପାଇଁ ଏହି କମ୍ପାନୀ ଆରମ୍ଭ କରାଯାଉଛି.ଏହି କମ୍ପାନୀରେ ନିୟମାନୁସାରେ 300 ମହିଳା ଚାଷୀଙ୍କୁ ନେଇ ଗଠନ କରାଯିବ. ଏହିକମ୍ପାନୀ ମାଧ୍ୟମରେ ଚାଷୀମାନଙ୍କ ପରିବା ଉତ୍ପାଦନ.ବିକ୍ରି ସହିତ ଶୀତଳ ଭଣ୍ଡାର ମାଧ୍ୟମରେ ଫସଳକୁ ସୁରକ୍ଷା ଦେବା ଭଳି ସୁବିଧା କରାଯିବ. କମ୍ପାନୀର ପ୍ରାରମ୍ଭିକ କାର୍ଯ୍ୟକ୍ରମ ପାଇଁ ଆଜି ବଡ଼ଗୋଠ ଠାରେ ଅନୁଷ୍ଠାନିକ ଭବରେ ଏକ ସଭା କରାଯାଇଥିଲା. ଏହି ସଭାରେ ନୂଆଗାଁ ବିଡ଼ିଓ, ସିଇଓ ଓରମାସ, 22ଜଣ ଇସି ମେମ୍ବର, ୩ ଜଣ ଏଲଏସପି ଏବଂ 11ଜଣ ବିଓଡ଼ି ସଦସ୍ୟା ସମେତ ସମସ୍ତ ବିଏମୟୁ କର୍ମଚାରୀ ଉପସ୍ଥିତ ଥିଲେ.
0 Comments