କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ

 

ନୂଆଗାଁ  : ନୂଆଗାଁ ବ୍ଲକ


ଅନ୍ତର୍ଗତ କୋରଡ଼ା ଗ୍ରାମରେ ଚାଲିଥିବା କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ ହେlଯାଇଛି  l  ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର   ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପାଟସାନି, ବ୍ଲକ୍ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର,ସମାଜ ସେବୀ ଶଙ୍କର୍ଷଣ ବେହେରା,ବିଜେଡ଼ି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ସରପଞ୍ଚ ନିରୁପମା ପାତ୍ର,କବି ଓ ଗାଳ୍ପିକ ରୋଜାଲିନ ସେନାପତି,ସମିତି ସଭ୍ୟ ପ୍ରଫୁଲ୍ଲ ବେହେରା, ମହୋତ୍ସବ କମିଟି ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ,ସମ୍ପାଦକ ଭଗବାନ ପ୍ରଧାନ,ଗ୍ରାମ୍ୟ ସଭାପତି ପ୍ରମୋଦ କୁମାର ଦାଶ,ରମେଶ ଚନ୍ଦ୍ର ରାଉତ ପ୍ରମୁଖ ମଞ୍ଚାସିନ ଥିଲେ।  ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକ , ପରାଢ଼ିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଜାକେଡ଼ା ସମିତି ସଭ୍ୟା ପ୍ରଭାତୀ ମଳିକ, ମହୋତ୍ସବ କମିଟିର ସମ୍ପାଦକ ବସନ୍ତ କୁମାର ଚୌଧୁରୀ, ସଂଯୋଜକ ବିଜୟ କୁମାର ଦାସ  ପ୍ରମୁଖ ଉପସ୍ଥିତ ରହି କୋରଡ଼ାଗଡ଼ ମାଟିର ଐତିହ୍ୟ ସଂସ୍କୃତି ଲଙ୍କାପୋଡ଼ି ଯାତ୍ରାର ଗାରିମା ବର୍ଣ୍ଣନା କରିଥିଲେ। ଅତିଥି ମାନଙ୍କୁ ମହୋତ୍ସବ କମିଟି ତରଫରୁ ଉପଢ଼ୌକନ ଓ ପୁଷ୍ପଗୋଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ମହୋତ୍ସବ କମିଟିର ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମ୍ବଲପୁର ର ଶାଶ୍ଵତ ତ୍ରିପାଠୀ ଙ୍କ ମେଲୋଡି ଦର୍ଶକ ମାନଙ୍କୁ ବିଭୋର କରିଥିଲା।

Post a Comment

0 Comments