ନୂଆଗାଁ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ସମାରୋହ (କୃଷକ ଦିବସ )

 ଜୟଜବାନ ଜୟ କିଷାନ “


କୃଷି କୃଷକର ପର୍ବ ଅକ୍ଷୟତୃତୀୟା । ଓଡିଆ ମାନଙ୍କର ପାରମ୍ପରିକ ପର୍ବ ଭାବରେରେ ଓଡିଆ ମାନେ ଅତି ଶ୍ରଦ୍ଧାରେ ପାଳନ କରନ୍ତି ।  “ଅକ୍ଷୟ” ଶବ୍ଦର ଅର୍ଥ ହେଉଛି “ଅକ୍ଷୟ, ଅନନ୍ତ, କଦାପି ହ୍ରାସ ପାଇବ ନାହିଁ” ଯାହା କେବେ ବି ସମାପ୍ତ ହୁଏ ନାହିଁ, “ସମୃଦ୍ଧତା, ଆଶା, ଆନନ୍ଦ, ସଫଳତା” ଅର୍ଥାତ୍ “ତ୍ରିତିଆ” ଶବ୍ଦର ଅର୍ଥ ହେଉଛି “ତୃତୀୟ” |


ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । ନୂଆଗାଁ ବ୍ଲକ ସ୍ତରୀୟ  ଅକ୍ଷୟ ତୃତୀୟ  ସମାରୋହ ଅରୁଣ ଗୋଛାୟତଙ୍କ ବଗିଚାରେ   ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତି ନୀତିରେ ପୂଜା ଅର୍ଚନା କରାଯାଇ ମୁଠି ଅନୁକୂଳ କରିଥିଲେ ନୂଆଗାଁ ବ୍ଲକ ଆତ୍ମା ଅଧକ୍ଷ ସଂଜୀବ କୁମାର ସାହୁ । ତାଙ୍କ ସହିତ ନୂଆଗାଁ ବ୍ଲକ କୃଷିବିଭାଗ ଅଧିକାରିଣୀ ପୂଜା କହଁର,ସଫଳ କୃଷକ ଯଥା ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ୫ ଜୋନ ନିର୍ଦେଶକ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ସାହୁ ଯୋଗଦେଇଥିଲେ । ତତ  ବିଭିନ୍ନ ପଞ୍ଚାଯତରୁ ଆସିଥିବା ସରପଞ୍ଚ ସମିତିସଭ୍ୟ ସ୍ୱ୍ୟମ୍ସହାଇକା ସଂଘର ମହିଳା ମାନେ ଯୋଗଦେଇଥିଲେ । 

ନୂଆଗାଁ ବ୍ଲକ କୃଷିବିଭାଗ ଅଧିକାରିଣୀ ପୂଜା କହଁର ନିଜ ଅଭିଭାଷଣ ମାଧ୍ୟମରେ ଚଳିତ ବର୍ଷ କୃଷକ ମାନଙ୍କୁ ଯୋଗାଇ ଦେବାକୁ ଥିବା ବିଭିର୍ନ୍ନ ପ୍ରକାର ଧାନ ବିଷୟରେ ସୂଚନା ଦେଇଥିଲେ ଯଥା ପ୍ରତିଭା ଓ ଅମଟିୟୁ ୧୨୨୪ ଧାନର ଉତ୍ପାଦନ ପ୍ରଣାଳୀ ବିଷୟରେ ସୂଚନା ଦେଇଥିଲେ । ନିଜର ଅଭିଭାଷଣ ମାଧ୍ୟମରେ କୃଷକ ଅରୁଣ ଗୋଛାଯତ ନିଜ ଅନ୍ତର ମଧ୍ୟରେ ଥିବା କୃଷି ଓ କୃଶକର ଦୁଃଖ କୁ ପ୍ରକାଶ କରିବା ସହିତ ନିଜ ବାପଙ୍କୁ ମନେପକାଇ କାନ୍ଦି ପକାଇଥିଲେ ।

୩୦ ବର୍ଷ ନିଜ ପରିବାରକୁ ନେଇ ଫସଲ ବଗିଚା ସୃଷ୍ଟି କରିଛନ୍ତି ।ଯାହାକି ତାଙ୍କୁ ଜିଲ୍ଲା ସହିତ ରାଜ୍ୟ ବାହାରେ ମଧ୍ୟ ଏକ ସଫଳ ଚାଷୀ ଭ୍ବାରେ ପରିଚୟ ଦେଇଛି ।ଗ୍ରାମ୍ୟ କୃଷି କର୍ମଚାରୀ, କୋରଡ଼ା ପ୍ରାଣୀ ଚିକିତ୍ସକ, ଗ୍ରାମ୍ୟ ଉଦ୍ୟାନ କୃଷି କର୍ମଚାରୀ, PRI members, କୃଷକ ସାଥି, ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ ମନେ ଉପସ୍ଥିତ ଥିଲେ.

Post a Comment

0 Comments