ନାବାର୍ଡର ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ (ତୃପ୍ତି ତାପଶି) ଦାସିଆ ଅଜାଙ୍କ ସାଧନା ଓ ଅମ୍ଳାନ କିର୍ତ୍ତି କୁ ସମ୍ମାନ ଜଣାଇ ନିଜର ବ୍ୟକ୍ତି ଗତ ଉଦ୍ୟମ କ୍ରମେ ବିଦେଶରେ ଶିଶୁ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରକାଶିତ ସ୍ଵତନ୍ତ୍ର ବିଦେଶୀ ପୁସ୍ତକ ମାନ କୁ ସଂଗୃହିତ କରି ଦାସିଆ ଅଜାଙ୍କ ପାଠାଗାରରେ ଶିଶୁ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଗ୍ୟାଲେରୀ ସ୍ଥାପନ ଏବଂ ଭାରତ ବର୍ଷରେ ବର୍ତ୍ତମାନ ସମୟରେ ବିଭିନ୍ନ ରାଜ୍ୟରେ ନିର୍ମିତ ବିଭିନ୍ନ ପ୍ରକାର କଣ୍ଢେଇ ମାନକୁ ସଂଗ୍ରହ କରି ସଂଗ୍ରହାଳୟରେ ଏକ କଣ୍ଢେଇ ଗ୍ୟାଲେରୀ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନେକ ବିଦେଶୀ ପୁସ୍ତକ ଓ ଓଡିଶାର କେତେକ ଅଞ୍ଚଳର କଣ୍ଢେଇ ଏବଂ କେରଳ ଓ ଭାରତ ବର୍ଷରେ କଣ୍ଢେଇ ପାଇଁ ପ୍ରସିଦ୍ଧ କର୍ଣ୍ଣାଟକର (ଛନ୍ ପାଟଣା) ର ଅନେକ କାଠ ନିର୍ମିତ କଣ୍ଢେଇ ମାନ ସଂଗ୍ରହ କରି ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି। ଶିଶୁ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶ୍ରୀଯୁକ୍ତା ତୃପ୍ତି ତାପଶୀ ଙ୍କ ମହାନ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ଅଟେ। ଏହି ମହାନ୍ କାର୍ଯ୍ୟ ଧାରାକୁ ସ୍ବାଗତ ଓ ଅଭିନନ୍ଦନ।
0 Comments