ନୟାଗଡ ଜିଲ୍ଲା ବଡଗୋଠ ପଞ୍ଚାୟତ ମଧ୍ୟରେ ତ୍ରୀସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତା ୦୫ ଠାରୁ ୦୭ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ଗୃହରେ ୩ ଦିନ ଧରି ଚାଲିଥିଲା । ଆଜି ଏହି ଶିବିରର ଅନ୍ତିମ ଦିବସ ଥିଲା । ଉକ୍ତ ଶିବିରର ମୁଖ୍ୟ ଉଦେଶ୍ୟ ଥିଲା ବଡଗୋଠ ମହାସଂଘ ର ସମସ୍ତ କାର୍ଯ୍ୟକାରୀ ସଦସ୍ୟ ,କର୍ମଚାରୀ ଙ୍କ ସମେତ ୧୨ ଜଣ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଦାତା ଓ ପ୍ରଶିକ୍ଷଣ ଦାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା । ସେହି ପ୍ରଶିକ୍ଷକୁ ଆଗାମୀ ଦିନରେ ବିଭିର୍ନ୍ନ ଜିଲ୍ଲା ର ଉତ୍କର୍ଷ କେନ୍ଦ୍ରରେ ଅନୁକରଣ କରିବା । ତତ ସହିତ ଉତ୍କର୍ଷ କେନ୍ଦ୍ର ଅନ୍ତର୍ଗତ ସମସ୍ତ ଆଞ୍ଚଳିକ ମଞ୍ଚରେ ଏହି କାର୍ଯ୍ୟକୁ ତ୍ବରାନିତ କରି ସ୍ପଷ୍ଟ ବାର୍ଷିକ ଯୋଜନା ପ୍ରସ୍ତୁତ କରିବା ।
ଏହି କାର୍ଯ୍ୟକୁ ସଫଳ କରିବା ନିମନ୍ତେ ନୂଆଗାଁ ମଣ୍ଡଲ ଉନ୍ନୟନ ଅଧିକାରୀ ସଚିଦା ନନ୍ଦ ମିଶ୍ର ,ବିଶିଷ୍ଟ ସମାଜସେବୀ ଦୀପକ କୁମାର ପଟନାୟକ ,ସମାଜସେବୀ ସଂକର୍ଷଣ ବେହେରା ,ଓଡିଶା ଜୀବିକା ମିସନ ଶକ୍ତି ବିଭାଗ ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର ମହାପାତ୍ର (DPM) ସସ୍ମିତା ପରିଡା(BPM) ପଙ୍କଜିନୀ ସାହୁ(BLC)ଯୋଗଦେଇଥିଲେ। ଯାହାକି ଉପସ୍ଥିତ ସମସ୍ତ ସଦସ୍ଯଙ୍କୁ ପ୍ରୋସ୍ଚାହିତ କରିଥିଲା।
0 Comments