ଠିଆ ଠିଆ ରେ ଜଳିଗଲା ବସ

 


ଜଳିଗଲା ବସ୍‌ । କଟକ ଲିଙ୍କରୋଡ଼ରେ ହୁତୁହୁତୁ ହୋଇ ଜଳିଗଲା ବସ୍‌ । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ । ଖବର ଅନୁଯାୟୀ, ସୋମବାର ଦିନ କଟକ ଲିଙ୍କ ରୋଡ କାଠଯୋଡି ରେଳ ଷ୍ଟେସନ ନିକଟରେ ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌ ଠିଆ ହୋଇଥିଲା । ଏହି ସମୟରେ ହଠାତ୍‌ କୌଣସି କାରଣରୁ ବସ୍‌ରେ ନିଆଁ ଲାଗିଯାଇଥିଲା । ଆଉ ଦେଖୁ ଦେଖୁ ବସ୍‌ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା ।

ମାତ୍ର କେଇ ସେକେଣ୍ଡ ମଧ୍ୟରେ ବସ୍‌ଟି ପୁରା ଜଳିଯାଇଥିଲା ।ସେପଟେ ବସ୍‌ରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ନିଆଁକୁ ଆୟତ୍ତ କରିଛି । ତେବେ ଏହି ନିଆଁରେ ବସ୍‌ଟି ଜଳପୋଡି ପାଉଁଶ ହୋଇଯାଇଥିବା ବେଳେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଏବେ ଯାଏଁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

Post a Comment

0 Comments