ଉଦୟପୁର ଦାସିଆ ଅଜାଙ୍କ ପାଠାଗାର ଓ ସଂଗ୍ରହାଳୟ ପରିଦର୍ଶନ କାଲେ ନୟାଗଡ ଜିଲ୍ଲା ର ଦୁଇ ପ୍ରଶାସନିକ ଅଧିକାରୀ ।

 


ଓଡିଶା ପାଠାଗାର ଆନ୍ଦୋଳନ ର ସ୍ରଷ୍ଟା  ଦାସିଆ ଅଜାଙ୍କ ଦ୍ଵାରା ଉଦୟପୁର ଠାରେ ପ୍ରତିଷ୍ଠିତ ବିଶ୍ଵପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର କୁ ପରିଦର୍ଶନ କରିଛନ୍ତି ଓଡିଶା ପ୍ରଶାନ ସେବାର ଦୁଇ ବରିଷ୍ଠ ଅଧିକାରୀ । ଦିଲୀପ କୁମାର ଜେନା ଓ ପବିତ୍ର କୁମାର ସାମନ୍ତ ଏବଂ ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର । ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ପାଠାଗାର ସଂଗ୍ରହାଳୟରେ ସଂଗୃହିତ କରାଯାଇଥିବା ଦେଶ ବିଦେଶର ସହ ସହ ବର୍ଷର ପୁରାତନ କଳା କୃତି ,ବିରଳ ସାମଗ୍ରୀ ପୁସ୍ତକ ,ପତ୍ର ପତ୍ରିକା ଓ ତାଳପତ୍ର ପୋଥିମାନ ଦେଖି ଖୁବ ବିସ୍ମୟ ପ୍ରକଟ କରିଥିଲେ । ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟନାୟକ ବରିଷ୍ଠ ଅଧିକାରୀ ମାନଙ୍କୁ ବୁଲାଇ ଦେଖାଇବା ସହିତ ସଂଗୃହିତ ତଥ୍ୟ କୁ ବିଶେଷ ଭାବରେ ଉଆସ୍ଥାପନା କରିଥିଲେ ।


Post a Comment

0 Comments