ନୂଆଗାଁ ପ୍ରିମିୟମଲିଗ୍ ଫାଇନାଲ ମ୍ୟାଚ୍, ରାମେଶ୍ୱର ସୁପର ମାକେଟ କୁ ହରାଇ ପଞ୍ଚସଖା କୃଷକକ୍ଲବ୍ ଚାମ୍ପିଆଁନ

 


ନୂଆଗାଁ ବ୍ଲକ ସଦରମହକୁମା ନୂଆଗାଁ ହାଇସ୍କୁଲ୍ ପଡ଼ିଆରେ ଏଫ୍ ଇ ସି ସି ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ୍  ଫାଇନାଲ ମ୍ୟାଚ୍ ରେ ପଞ୍ଚସଖା କୃଷକ କ୍ଲବ୍ ସହିତ ରାମେଶ୍ୱର ସୁପର ମାକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାମେଶ୍ବର ସୁପର ମାର୍କେଟ ଟଚ୍  ଜିତି ନିର୍ଦ୍ଧାରିତ ୧୫ ଉଭରରେ ୯ୱିକେଟ୍ ହରାଇ ୧୧୭ ରନ୍ କରିଥିଲା। ଜବାବରେ  ପଞ୍ଚସଖା କୃଷକ କ୍ଲବ୍ ୧୩.୫ ବଲ୍ ରେ ୮ୱିକେଟ୍ ହରାଇ ୧୧୯ ରନ୍ ଚମ୍ପିୟାନ ହୋଇଥିଲା l  ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଥିଲେ । ନିଜ ଅଭିଭାଷଣ ମାଧ୍ୟମରେ ବିଧାୟକ ନୂଆଗାଁ ଏହି ପଡିଆ କୁ ବିଗତ ଦିନରେ ସୌନ୍ଦ୍ଜିକରଣ କରିବା ନିମତେ ଫ୍ରଡ ଲାଇଟର ସୁବିଧା କରିବାସହିତ ଏକ ସ୍ଥାଇଗୃଗ ଓ ସର୍ବସାଧାରଣ ଜିମ ନିର୍ମାଣ କରାଯିବ ପାଇଁ ପ୍ରତିସୂତି ଦେଇଥିଲେ । ତତ ସହିତ କ୍ରିଡାକୁ ପୋଶ୍ଚ୍ହହନ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ  


ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶଙ୍କର୍ଷଣ ବେହେରା, ଶକ୍ତି ଭାରତ ଗ୍ୟାସ ମାଲିକ ଶକ୍ତି ପ୍ରସାଦ ପ୍ରଧାନ, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା,  ସାରଦା ପ୍ରସାଦ ଖଣ୍ଡୁଆଳ, ନୂଆଗାଁ ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ କୁମାର ନାୟକ, ପଞ୍ଚସଖା କୃଷକ କ୍ଲବ୍ ର ମାଲିକ ଭଗବାନ ପ୍ରଧାନ, ରାମେଶ୍ବର ସୁପର ମାର୍କେଟ ଦଳ ର ମାଲିକ ଲକ୍ଷ୍ମୀଧର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ ।    ଆଜିର ମ୍ୟାଚକୁ ଅଞ୍ଜନ ଗୋଚ୍ଛାୟତ ଓ ବିଜୟାନନ୍ଦ ସ୍ୱାଇଁ ଖେଳଟିକୁ ପରିଚାଳନା କରିଥିଲେ। 

Post a Comment

0 Comments