କୋରଡ଼ାଗଡ଼
ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା .
ନୂଆଗାଁ ୨୦/୪ : ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମରେ
ଚାଲିଥିବା କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ତୃତୀୟ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଯାଇଛି । ଆଜିର ସାଂଧ୍ୟକାର୍ଯ୍ୟ କ୍ରମଟି ଆରମ୍ଭ ହୋଇଥିଲା ସହିତିକ ମାନଙ୍କ ସାହିତ୍ଯ ଆବୃତିରୁ
। ନୂଆଗାଁ ବ୍ଲକ ବିଭିର୍ଣ୍ଣ ପଞ୍ଚୟତ ରୁ ସହିତିକ ମାନେ ଆଞ୍ଚଳିକ ଘଟନା ,ସମସ୍ଯା ,କୋରଡା
ଗଡର ମହତ୍ମୀୟତା ତାକୁ ନିଜସ୍ୱ ରଙ୍ଗରେ ଢଙ୍ଗରେ ଉପସ୍ଥାପନ କରିଥିଲେ । ତତ ପରେ ସଭା କରଜ୍ଯକ୍ର୍ମ
ଆରମ୍ଭ ହୋଇଥିଲା । ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ ଏସି ଉପାଧ୍ୟକ୍ଷ
କିଶୋର ଚନ୍ଦ୍ର ଦାସ, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର
ଦଳବେହେରା, ଅବସରପ୍ରାପ୍ତ ଶିକ୍ଷକ
ପ୍ରଫୁଲ୍ଲ କୁମାର ବାରିକ , ପରାଢ଼ିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଜାକେଡ଼ା ସମିତି
ସଭ୍ୟା ପ୍ରଭାତୀ ମଳିକ, ମହୋତ୍ସବ କମିଟିର ସମ୍ପାଦକ ବସନ୍ତ କୁମାର ଚୌଧୁରୀ, ସଂଯୋଜକ ବିଜୟ କୁମାର
ଦାସ ପ୍ରମୁଖ ଅତିଥି ମାନଙ୍କୁ ମହୋତ୍ସବ କମିଟି ତରଫରୁ ଉପଢ଼ୌକନ ଓ
ପୁଷ୍ପଗୋଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ମହୋତ୍ସବ କମିଟିର ସଭାପତି
ଗୋଲଖ ବିହାରୀ ଗୋଚ୍ଛାୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ପ୍ରାରମ୍ଭିକ ଭାବରେ କୋରଡ଼ା ଗଡ଼ର ବନ୍ଦନା ଛୋଟ ଛୋଟ ପିଲା ମନେ ପରିବେଷଣ କରିଥିଲେ ଯାହାକି କୋରଡ଼ା ଗଡ଼ର ଗୌରବ ଗାରିମାକୁ ପ୍ରକାଶ କରିଥିଲା. ତତ ପରେ ବାଙ୍କୀରୁ ଆସିଥିବା ସିଂହମ ଡାନ୍ସ ଗ୍ରୁପ ମାଧ୍ୟମରେ ଶ୍ରୀଗଣେଶ ଓ ଓଡ଼ିଆ ମାନଙ୍କର ବାରମାସରେ ତେର ଓଷା ନୃତ୍ୟକୁ ପରିବେଷଣ କରିଥିଲେ. ଦମକଳ ବାହିନୀ ଦ୍ୱାରା ସଚେତନା ବର୍ତା ମାଧ୍ୟମରେ କିଭଳି ଗ୍ଯାସ ସିଲିଣ୍ଡରରେ ନିଆଁ ଲାଗିଲେ ତାକୁ ସହଜରେ ଲିଭାଇ ପରିବା ସେ ବିଷୟ ନେଇ ଡେମୋ ମାଧ୍ୟମରେ ଜନଶଧରଙ୍କୁ ସଚେତନ କରଯାଇଥିଲା । ସ୍ଥାନୀୟ କଳାକାର ମାନଙ୍କୁ ନେଇ ନୃତ୍ୟ ପରିବେଷଣ ସହିତ ସହ କୁଇଜ୍ ପ୍ରତିଯୋଗୀତା ମଧ୍ୟ ହୋଇଥିଲା।
0 Comments