ଫୁଲବାଣୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଦିଆଗଲା ୧୦ ହଜାର ସହାୟତା ରାସୀ

 


ଫୁଲବାଣୀ ଜିଲ୍ଲା ର ଜି ଉଦୟଗିରି ବ୍ଲକର  ମାଲିକାପଡି ପଂଚାୟତର ମୂକୁଲିଗିଆ ଗାଁ କୁ ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପି,ଏଲ୍ ଭି ଅଶୋକ ପ୍ରଧାନ ଗସ୍ତ କରିଥିଲେ

ସେହି ଗାଁ ର ଏକ ୭୮ବର୍ଷ ର ରୋଗିଣା ବୃଦ୍ଧା ତାହାର ଅନ୍ଧ ପୁଅ ର ବୋଝ ଏହି ପରିଣତ ବୟସରେ ବହନ କରୁଥିବା ଖବର ଦୈନିକ ଖବରକାଗଜ ରେ ପ୍ରକାଶିତ ହୋଇଥିଲା ଏହି ଖବର କୁ ଭିତ୍ତି କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ  ମାୟାବତୀ ଯେ କି ୭୮ ବର୍ଷ ର ବୃଦ୍ଧା ଏଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି ତାଙ୍କର ସହାୟତା ନିମନ୍ତେ ୧୦,୦୦୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ ଏହି କଥା କୁ ଏବଂ ମାୟାବତୀ ଏବଂ ତାଙ୍କର ପୁଅକୁ ଜଣାଇ ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ  ବନ୍ଦୋବସ୍ତ କରାଯାଇଥିଲା ଏବଂ ସେମାନଙ୍କ ଅବସ୍ଥା କିପରି ଅଛି ସଠିକ୍ ତଥ୍ୟ ସଂଗ୍ରହ କରି  ତଥ୍ୟ ପ୍ରଦାନ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟକୁ  ନିର୍ଦ୍ଦେଶ ଥିଲା

ଏହି ଖବର ପାଇ ମାୟାବତୀ ଏବଂ ତାଙ୍କର ପୁଅ ଅତ୍ୟନ୍ତ ଖୁସି ହୋଇ ଥିଲେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ

Post a Comment

0 Comments