ଶିକ୍ଷକ ପୁରଣ ଦାବିରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ବିଦ୍ୟାଳୟ ତାଲା ପକାଇ ଧାରଣା ପ୍ରତ୍ୟାହାତ


 ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ପଂଚାୟତର ଶ୍ରୀବନ୍ତ ଦେଇ ପୁରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଶ୍ରେଣୀଗୃହ ଓ ଶିକ୍ଷକ ଅଭାବ କୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟ ରେ ୩ ଦିନ ଧରି ତାଲା ପକାଇ ବନମାଳି ପୁରୁ ରାସ୍ତା ଅବରୋଧ କରିଥିଲେ  ।
ସୁଚନା ମୁତାବକ ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ପଂଚାୟତର ଶ୍ରୀ ବନ୍ତ ଦେଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (୧୯୩୨) ମସିହାରେ ପ୍ରାଥମିକ ବିଦ୍ୟାଳୟ ଭାବେ ଆରମ୍ଭ ହୋଇଥିଲା ଗତବର୍ଷ ହାଇସ୍କୁଲ ର ମାନ୍ୟତା ପାଇଥିଲା ।

କିନ୍ତୁ ଏ ବର୍ଷ ସୁଦ୍ଧା ୧୫୧ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି  ଶ୍ରେଣୀଗୃହ  ଥିବାରୁ ପାଠ ପଢ଼ିବାରେ ସମସ୍ୟା ହେଉଥିଲା ଏହି ବିଷୟରେ ବିଦ୍ୟାଳୟ ଶିକ୍ଷା କମିଟି ଓ ଅଭିଭାବକ ମାନେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ ସମାଧାନ ନ ହୋଇଥିବାରୁ ଧାରଣା ବସିଥିଲେ। ଆଜି ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ସମସ୍ୟା ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା।


Post a Comment

0 Comments