ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିତମା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ହେବାକୁ ଥିବା ପୁରୀ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ନିମନ୍ତେ ନିର୍ମାଣ ହେବାକୁ ଥିବା ରଥ ପାଇଁ କାଠ ଗଲା ପୁରୀ । ମିଳିଥିବା ସୂଚନା ଅନୁସାରେ ଆଜି ରଥ କାଠ କୁ କନ୍ଧଖାଲମଡା ନିକଟରେ ବୈଦିକ ରୀତିନୀତିରେ ପୂଜା ଅର୍ଚନାକରଯାଇଥିଲା। ସ୍ଥାନୀୟ ଜନସାଧାରଙ୍କ ହରିବୋଲ ହୁଳାହଳି ବନ୍ଦାପନା କରାଯାଥିଲା । ମାନ୍ୟବର ବିଧ୍ୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ,ସମାଜସେବୀ ସଂକର୍ଷଣ ବେହେରା ,ଦିଲ୍ଲୀପ ଦଲବେହେରା ,ରମେଶ ଚନ୍ଦ୍ର ପ୍ରଧାନ ,ସ୍ଥାନୀୟପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପୁଷ୍ପାଞ୍ଜଳି ଦେଇଥିଲେ ଜୟ ଜଗନ୍ନାଥ ଧୋନୀ ରେ ରଥ କ।ଠ କୁ ବିଦାୟ ଦିଆଯାଇଥିଲା ।
ରଗଡିମଡା ସରଂକ୍ଷିତ ଜଙ୍ଗଲ ର କମ୍ପାଟମେଣ୍ଟ ୫ ମଧ୍ୟରୁ ଖାଲମଡା ବିଟ ଅନ୍ତର୍ଗତ ରଥ କାଠ ଖପୁରିଆ ସବମିଲ କୁ ରଥ ନିର୍ମାଣ ପାଇଁ ୨୭ ଖଣ୍ଡ କାଠ ପଠାଯାଇ ଅଛି । । ଏହି ସୂଚନା ମହିପୁର ବନଖଣ୍ଡ ଅଧିକାରୀ ଅମ୍ରିତ କୁମାର ସାହୁ ସୂଚନା ଦେଇଛନ୍ତି । ମହିତମା ସେକସନର ବନପାଳ ରାକେଶ ସାହୁ ଓ ବନରକ୍ଷୀ ଅର୍ଦ୍ଧେନ୍ଦୁ ପରିଡା ସହଯୋଗ କରିଛନ୍ତି ।
0 Comments