କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚଦଣ୍ଡ

    


କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚଦଣ୍ଡ  ପରିଚାଳନା କମଟି ଆନୁକୁଲ୍ୟରେ ଗୁରୁବାର ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ତିନି ବର୍ଷ  ପରେ ଆୟୋଜିତ ହେଉଥିବାରୁ ଅଷ୍ଟ ଦଣ୍ଡ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟା ରେ ଲୋକଙ୍କ ସମାଗମ ହୋଇଥିଲା ।ନିମନ୍ତ୍ରଣ କରାଯାଇଥିବା ଆଠ ଗୋଟି ଦଣ୍ଡ ନୃତ୍ୟ ଦଳ ରାଇକିଆ , ମାଲେରିମହା, ଗୁଟିଙ୍ଗିଆ, ତେଜମାହା, କରଣ୍ଡାଗଡ, ସଲଗୁଡ଼ା, ଶିଶିବାଲି, ସିର୍କlକୁଟି ଭାଗ ନେଇଥିଲେ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ସମସ୍ତ ଦଣ୍ଡ ନୃତ୍ୟ ଦଳ ଙ୍କୁ ବରଣ କରଯାଇଥିଲା । ଅପରାହ୍ନ ରେ ଧୂଳି ଦଣ୍ଡ, ନଈ କୂଳ ରେ ପାଣି ଦଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ସାମାଜିକ ରୀତିନୀତି ଓ ଦଣ୍ଡ ଚରିତ୍ର କୁ ନେଇ ନୃତ୍ୟ ପରିବେଷଣ ହୋଇଥିଲା ।ସନ୍ଧ୍ୟା ରେ ବଜାର ଚାରିଛକ ଠାରେ ଅଷ୍ଟ ଦଣ୍ଡ ମହା ମିଳନ ଅନୁଷ୍ଠିତ ହୋଇଥିଲା । ଦଣ୍ଡୁଆ ମାନେ ବଜାର ପରିକ୍ରମା କରି ନିଜ ଆଶ୍ରୟ ସ୍ଥଳ କୁ ଫେରି ଥିଲେ । ଜନ ସମାଗମ କୁ ଦୃଷ୍ଟି ରେ ରଖି ପୋଲିସ ତରଫରୁ ପେଟ୍ରୋଲିଂ କଡାକଡି କରାଯିବା ସହ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା ।  

ରାଇକିଆ ରୁ ଜଗଦୀଶ ଦାଶ

Post a Comment

0 Comments