ଉଦୟପୁର ଦାସିଆ ଅଜାଙ୍କ ସଂଗ୍ରହାଳୟ କୁ ଆସିଲା ୨୦୦ ବର୍ଷର ପୁରାତନ ମନ୍ଦିର କବାଟ ।

 



ଦଶ ପଇସାର ରାଜା ଦାସିଆ ଅଜା”

ନୟାଗଡ ସହରରବାସିନ୍ଦା ଓ ବର୍ତନମାନ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜାତୀୟ ସ୍ତରରେ ସୁପ୍ରସିଦ୍ଧ ଚିତ୍ର ଶିଳ୍ପୀ ସଂଜୀବ କୁମାର ନାୟକ ନିଜର ପ୍ରିୟ ଜେଜେମା ସାବିତ୍ରୀ ନାୟକଙ୍କରଅମ୍ଳାନ ସ୍ମୃତିକୁ ଦଶିଆ ଅଜାଙ୍କ ବିଶ୍ଵପ୍ରସିଦ୍ଧ ସଂଗ୍ରହାଳୟ ରେ ଉଜ୍ଜୀବିତ କରି ରଖିବା ପାଇଁ ୨୦୦ବର୍ଷର ବିରଳ କରୁ କାର୍ଯ୍ୟ ନିର୍ମିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦଶ ଅବତାର ମୂର୍ତିମାନ ଖୋଦେଇ ହୋଇଛି । ଯାହାକି ବହୁ ପୁରାତନ ମନ୍ଦିର କବାଟ । ଏହି କବାଟ କୁ ନିଜେ ଶିଳ୍ପୀ ସଂଜୀବ ନିଜର ପରିବାର ସଦସ୍ୟ ରବୀନ୍ଦ୍ର କୁମାର ନାୟକଙ୍କ ସହିତ ଦାସିଆ ଅଜାଙ୍କ ସଂଗ୍ରହାଳୟ କୁ ଆସି ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟନାୟକଙ୍କୁ ଉପସ୍ଥିତିରେ ସଂଗ୍ରହାଳୟ କୁ ପ୍ରଦାନ କରିଛନ୍ତି । ଏହି ପୁରାତନ ଖୋଦେଇ କାରୁ କାର୍ଯ୍ୟ ରେ ନିର୍ମିତ ବିରଳ କବାଟ ଦର୍ଶକ ପର୍ଯ୍ୟଟକ ଓ ସମସ୍ତ ଶ୍ରୀ ଜଗନ୍ନାଥ ସଙ୍କୃତି ପ୍ରେମୀ ମାନଙ୍କୁ ଖୁବ ଆକୃଷ୍ଟ କରିବ । ବର୍ତମାନ ଦୀପକ ପଟନାୟକଙ୍କ ଚେଷ୍ଟା ପ୍ରଚେଷ୍ଟା ଯୋଗୁଁ । ସଂଗ୍ରହାଳୟ ମଧ୍ୟକୁ ଦେଶ ,ବିଦେଶର ପୁରାତନ ସାମଗ୍ରୀ କଳା ସଂକୃତି,ପୁସ୍ତକ ଓ ତାଳପତ୍ର ପୋଥିମାନ ସଂଗ୍ରହ କରାଯାଇ ଅଛି । ଯାହାକି ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ଦିନକୁ ଦିନ ସମୃଦ୍ଧି ହେଉଛି । ସଂଗ୍ରହାଳୟ  ପରିସରରେ ଦର୍ଶକ ,ପର୍ଯ୍ୟଟକ ଓ ଗବେଷକ ମାନଙ୍କର ଭିଡ ପରିଲକ୍ଷିତ ହେଉଅଛି ।

Post a Comment

0 Comments