ନୂଆଗାଁ ପ୍ରିମିୟମ ଲିଗ୍ ମ୍ୟାଚ୍, ମହାବୀର ସୁପର କିଙ୍ଗକୁ ହରାଇ ରାମେଶ୍ୱର ସୁପର ମାକେଟ ଫାଇ ନାଲ ପ୍ରବେଶ

 





 ନୂଆଗାଁ ବ୍ଲକ ସଦରମହକୁମା ନୂଆଗାଁ ହାଇସ୍କୁଲ୍ ପଡ଼ିଆରେ ଏଫ୍ ଇ ସି ସି ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ୍ ଖେଳ ୧୪ତମ ଦିନରେ ମହାବୀର ସୁପର କିଙ୍ଗ ଦଳ ସହିତ ରାମେଶ୍ୱର ସୁପର ମାକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମହାବୀର ସୁପର କିଙ୍ଗ ଟଚ୍ ୱିନ୍ କରି ନିର୍ଦ୍ଧାରିତ ୧୫ ଉଭରରେ ୯ୱିକେଟ୍ ହରାଇ ୧୦୩ରନ୍ କରିଥିଲା। ଜବାବରେ ରାମେଶ୍ୱର ସୁପର ମକେଟ୍ ୧୩.୪ ବଲ୍ ରେ ୫ୱିକେଟ୍ ହରାଇ ୧୦୬ରନ୍ ସଂଗ୍ରହକରି ମ୍ୟାଚଟି ଜିତି ଫାଇନାଲ ପ୍ରବେଶ କରିଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଗାଁ କଲେଜର ଅଧ୍ୟାପକ ଜୟକୃଷ୍ଣ ସାହୁ, ରମେଶ ଚନ୍ଦ୍ର ପ୍ରଧାନ , ନରେନ୍ଦ୍ର ପରିଡ଼ା , ସମାଜସେବୀ ପ୍ରମୋଦ ପ୍ରଧାନ,ନୂଆଗାଁପଞ୍ଚାୟତବିଜେଡ଼ି ସଭାପତି ପ୍ରକାଶ କୁମାର ନାୟକ , ନରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ବିଜୟୀ ଦଳଙ୍କୁ କପ୍ ପ୍ରଦାନ କରିଥିଲେ। ଆଜିର ମ୍ୟାଚକୁ ଅଞ୍ଜନ ଗୋଚ୍ଛାୟତ ଓ ଜିତେନ୍ଦ୍ର ଜୟସିଂ ଖେଳଟିକୁ ପରିଚାଳନା କରିଥିଲେ। ୧୬ ତାରିଖରେ ଫାଇନାଲ ମ୍ୟାଚ୍ ରାମେଶ୍ୱର ସୁପର ମାର୍କେଟ ଦଳ ସହିତ ପଞ୍ଚାଶଖା କୃଷକ କ୍ଲବ ଦଳ ମଧ୍ୟରେ ଖେଳ ହେଵ ବୋଲି ଏଫ୍ ଇ ସି ସିର କ୍ଲବର ସଭାପତି ଅଶୋକ କୁମାର ନାୟକଙ୍କ ତରଫରୁ ସୂଚନା ଦିଆଯାଇଛି।

Post a Comment

0 Comments