କଣ୍ଟାମାଳ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୬କେଜି ଗଞ୍ଜେଇ ଓ ବାଇକ୍ ଜବତ୍ କରିବା ସହ ଜଣେ ଯୁବକକୁ ଗିରଫ କରିଛି l ସୂଚନା ଅନୁସାରେ କଣ୍ଟାମାଳ ଅବକାରୀ ବିଭାଗ କାଲି ପିଟ୍ରୋଲିଙ୍ଗ୍ କରୁଥିବା ସମୟରେ ସିନ୍ଧିଗୋରା ମୁଖ୍ୟ ରାସ୍ତାରେ ଯାଞ୍ଚ୍ କରୁଥିବା ବେଳେ ଘଣ୍ଟାପଡା ଥାନା ମସିଣାଗୋରା ଗ୍ରାମର ଶ୍ରୀକର ମୁନା ( ୨୭ ) ନାମକ ଜଣେ ଯୁବକ ଏକ ମଟସାଇକେଲ୍ ରେ ଆସୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ତାଙ୍କୁ ଅଟକାଇ ଯାଞ୍ଚ୍ କରିଥିଲେ l ଯାଞ୍ଚ୍ ସମୟରେ ତାଙ୍କ ନିକଟରୁ ୬ କେଜି ଗଞ୍ଜେଇ ବାହାରିଥିଲା l ଅବକାରୀ ବିଭାଗ ଗଞ୍ଜେଇ ଓ ମଟରସାଇକଲ୍ କୁ ଜବତ୍ କରିଥିବା ବେଳେ ଶ୍ରୀକର କୁ ଗିରଫ କରିଥିବା ଓଆଇସି ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି l
0 Comments