କଇଁଫୁଲିଆ ମଝିସାହି ଗ୍ରାମର ୭୩ ବର୍ଷର ବୃଦ୍ଧା କୂଅ ରୁ ଉଦ୍ଧାର




ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କଇଁଫୁଲିଆ ଗ୍ରାମର ମଝିସାହି ରେ ଥିବା ୪୦ ଫୁଟ କୂଅରୁ ଆଜି ଭୋର ଟା ସମୟରେକ ଇଁଫୁଲିଆ ମଝିସାହିର ଚକ୍ରଧର ସାହୁଙ୍କ ସ୍ତ୍ରୀ ଯଶୋଦା ସାହୁ ବୟସ ୭୩ । ଗ୍ରାମରେ ଆୟୋଜିତ ନାଚ ଦେଖିସାରି ଘରକୁ ଫେରୁଥିବl ସମୟରେ କୂଅରେ ପଡିଯାଇଥିଲେ.!ଏହା ଦେଖି ସ୍ଥାନୀୟ ଲୋକମାନେ ଭାପୁର ଅଗ୍ନିଶ୍ରମ ବାହିନୀକୁ ଫୋନ ଜଣାଇ ଥିଲେ ! ଖବର ପାଇ ଭାପୁର ଅଗ୍ନିଶ୍ରମ ବିଭାଗର ମୁଖ୍ୟା ଅଗ୍ନିକ ରଙ୍କନିଧି ନାୟକଙ୍କ ନେତୃତ୍ୱରେ ଅଗ୍ନିଶ୍ରମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ରଶି ସାହାଯ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ୪୦ଫୁଟ କୂଅ ଭିତରୁ ମହିଳାଙ୍କୁ ଉଦ୍ଧାର କରିଥିଲେ ।  ଭାପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । 



Post a Comment

0 Comments