ଶୁନ୍ୟ ଦୁର୍ଘଟଣା ସପ୍ତାହରେ ହେଲମେଣ୍ଟ ସଚେତନତା କାର୍ଯ୍ୟକ୍ରମ ।




ଦଶପଲ୍ଲା :- ଆଜି ଦଶପଲ୍ଲା ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ତରଫରୁ ଦଶପଲ୍ଲା ମେଡିକାଲ ଛକ , ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତି ନିକଟରେ ବାଇକ୍ ଆରୋହି କଂ ସଚେତନତା ନିମନ୍ତେ ଏକ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁ ବାଇକ୍ ଆରୋହି ମାନେ ହେଲମେଣ୍ଟ ପରିଧାନ କରିଥିଲେ ସେମାନକୁଂ ଗୋଲାପ ଫୁଲ ଓ ଯେଉଁମାନେ ବିନା ହେଲମେଣ୍ଟ ରେ ଗାଡ଼ି ଚାଳନା କରୁଥିଲେ ସେମାନଙ୍କୁ ଚକ୍ଲେଟ୍ ଦେଇ ସଚେତନ କରିବା ସହିତ, ସଡ଼କ ସୁରକ୍ଷା ଓ ହେଲମେଣ୍ଟ ପରିଧାନ କରିବାକୁ ପରାମର୍ଷ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସଭାପତି ଗୋଲକ ବିହାରୀ ,ପ୍ରକାଶ କୁମାର ପାଣି, କିଶୋର ଦଳବେହେରା, ପ୍ରଶନ୍ନ କୁମାର ପଣ୍ଡା, ପାଣୁଚରଣ ବେହେରା,ଚିତ୍ତ ରଂଜନ କର ପ୍ରମୁଖ ଯୋଗଦେଇ,ବାଇକ୍ ଆରୋହି ମାନଙ୍କୁ ସଚେତନ କରାଇଥିଲେ ।


Post a Comment

0 Comments