ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଛକ ଶ୍ରୀରାମ ମନ୍ଦିରରେ ଆଜିଠାରୁ ତୁଳସୀ ରାମାୟଣ ନବାର୍ଣ୍ଣ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏନେଇ ଆଜି ସକାଳୁ ମହିଳା ମାନଙ୍କ ଦ୍ବାରା ଏକ ବିରାଟ କଳସ ଶୋଭାଯାତ୍ରା ହୋଇଯାଇଛି l ନିକଟସ୍ଥ ଖଲିଆପାଲି ବନ୍ଧରେ ପୂଜାର୍ଚ୍ଚନା ପରେ ମହିଳାମାନେ ଜଳପୂର୍ଣ୍ଣ କଳସ ମୁଣ୍ତରେ ଧରି ନଗର କୀର୍ତ୍ତନ ସହ ଶୋଭାଯାତ୍ରାରେ ଯାଇ ଯଜ୍ଞ ମଣ୍ଡପ ଠାରେ ସ୍ଥାପନ କରିଥିଲେ l ପଣ୍ଡିତ ସନତ କୁମାର ମିଶ୍ର ନିତିକାନ୍ତି ଓ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିବା ବେଳେ ମନ୍ଦିର ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ ସହଯୋଗ କରିଥିଲେ l ଏଥିରେ ନିଲାଞ୍ଚଳ ଗୁରୁ ପତ୍ନୀ ସୋଭାଗିନି ଗୁରୁ କର୍ତ୍ତା ଦାୟୀତ୍ବ ତୁଲାଇ ଥିଲେ l ପରେ ସୁବର୍ଣ୍ଣପୁର ଜିଲ୍ଲା ତେଲେଣ୍ଡା ର ଶ୍ରୀ ଗୋବର୍ଦ୍ଧନ ମିଶ୍ର ବ୍ୟାସ ଭାବେ ତୁଳସୀ ରାମାୟଣ ପାଠ କରିଥିଲେ l କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ବିଶି, ଦାମୋଦର ସ୍ୱାଇଁ, ଯଜ୍ଞ ମିଶ୍ର,ଚକା ନୟନ ମିଶ୍ର, ରବିନ୍ଦ୍ର କୁମାର ମହପାତ୍ର, ଶରତ କୁମାର ପାଣିଗ୍ରାହୀ, ମନୋଜ କୁମାର ରାଜହଂସ, ଜୟ କୁମାର ମହାରଣା, ସୁଜିତ କୁମାର ମିଶ୍ର, ସୂମିତ କୁମାର ମିଶ୍ର, ପ୍ରେମ ଶଙ୍କର ସେଠୀ, ଅରୁଣ କୁମାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ସନ୍ଧ୍ୟାରେ ବ୍ୟାସ ଓ ପ୍ରବାଚିକା ଭାବେ ମାନସ ମନ୍ଦାକିନୀ, ଶ୍ରୀକ୍ଷେତ୍ର ଧାମ ପୁରୀ ର ଶ୍ରୀରାମ କଥା ସେବିକା ସୁଶ୍ରୀ ତପସ୍ୱିନୀ ପାଢ଼ୀ ଙ୍କ ମୁଖରୁ ନିଃସୃତ ଶ୍ରୀରାମ କଥା କୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଶ୍ରୀରାମ ଭକ୍ତମାନେ ଶ୍ରବଣ କରିଥିଲେ l
0 Comments