ଅଛୁପଡା ଗ୍ରାମରେ ଗ୍ୟାସ ସିଲିଣ୍ଡର ରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଦମ୍ପତି.

 


ଆଜି ସନ୍ଧ୍ୟା ସମୟରେ ଅଛୁପଡା ଗ୍ରାମରେ ବିଜୟ କୁମାର ଗଣ୍ଡା ଙ୍କ ଘରେ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା. ଘରର ୨ ଦମ୍ପତି ଚେଷ୍ଟା କରିଥିଲେ ନିଆଁ କୁ ଲିଭାଇବା ପାଇଁ କିନ୍ତୁ ବିଫଳ ହୋଇଥିଲେ. ଗ୍ରାସ ସିଲିଣ୍ଡର କୁ ଅଗଣାକୁ ନେଇ ଯାଇଥିଲେ. ଗାଁ ଲୋକଙ୍କୁ ଡାକ୍ତର ପକାଇଥିଲେ. କିନ୍ତୁ କେହିବି ସାହସ କରି ସିଲିଣ୍ଡର ପାଖକୁ ଯାଇନଥିଲେ. ଅଗ୍ନିଶମ କେନ୍ଦ୍ରକୁ ଯୋଗାଯୋଗ ପରେ ସେଠାରେ ସେମାନେ ଆସି ନିଆଁ କୁ ଲିଭାଇଥିଲେ. କିନ୍ତୁ ଗ୍ୟାସ ଲିକେଜ ବନ୍ଦ ହୋଇ ନଥିଲା. ଗ୍ୟାସ ଏଜେଣସିକୁ ଖବର ଦେବା ପରେ ସେମାନେ ଘଟଣା ସ୍ଥଳରେ ପହଂଚି ସିଲିଣ୍ଡରକୁ ଯାଞ୍ଚ କରିଥିଲେ.

Post a Comment

0 Comments