ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କନ୍ଧ ଅନ୍ଧାରକୋଟ ଓ ଶ୍ରୀରାମ ପୁର ରାସ୍ତାରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧଙ୍କ ପେଟ କାଟି ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ପକ୍ଷରୁ ଦଶପଲ୍ଲା ଥାନାରେ ଅଭିଯୋଗ ହେଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ବିଜୟ କୁମାର ସାହୁ (୬୦) ବୋଲି ଜଣାପଡିଛି । ଘଟଣାରୁ ଜଣାଯାଏ ଯେ, ଶ୍ରୀରାମ ପୁର ଓ କନ୍ଧ ଅନ୍ଧାରକୋଟ ରାସ୍ତା ର ଦାସିଆ ତାଇଲା ନିକଟରେ ବିଜୟ ର ଏକ ଲଙ୍କା ଆମ୍ବ ବଗିଚା ରହିଛି। ରବିବାର ଦିନ ବିଜୟ ଏହି ବଗିଚାକୁ ଯିବ କହି ଘରକୁ ଫେରି ନଥିଲେ। ମଧ୍ୟାହ୍ନ ସୁଦ୍ଧା ବିଜୟ ଘରକୁ ନଫେରିବାରୁ ପରିବାର ଲୋକ ଖୋଜା ଖୋଜି କରିଥିବା ବେଳେ ବିଜୟ ର ମୃତ ଦେହ ପଡି ରହିଥିବା ଘର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ବିଜୟ ର ମୃତ ଶରୀର ରାସ୍ତା ଉପରେ ପଡି ରହିଥିବା ଦେଖିବାକୁ ପାଇଥିଲେ ଏବଂ ବିଜୟ ର ପେଟ କାଟି ହତ୍ୟା କରଯାଇଥିବା ବେଳେ ସେଠାରୁ କିଛି ଦୂରରେ ବିଜୟଙ୍କ ସାଇକେଲ ପଡିରହିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ଏପରିକି ବିଜୟଙ୍କ ପେଟରୁ ପୁଟ୍ଟା ବାହାରିପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ପରେ ଘର ଲୋକେ ଦଶପଲ୍ଲା ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥାନରେ ପହଁଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ଏକ ହତ୍ୟା ମୋକଦ୍ଦମା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ଚଳିତ ମାସ ୫ ତାରିଖରେ ଦଣ୍ଡୁଆ ବିଜୟ ନାହାକ ଙ୍କ ନିଖୋଜ ପରେ ଝୁଲାନ୍ତ ଶବ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୁଣି ଜଣେ ବିଜୟ ସାହୁ କୁ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
0 Comments