ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଗୋଟିଏ ଦେଶି ବନ୍ଧୁକ ସହ ଜଣକୁ ଗିରଫ କରିଛି l ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମନମୁଣ୍ଡା ପୋଲିସ୍ ପକ୍ଷରୁ ଗୋପାଳମାଳ ଗ୍ରାମରେ ଚଢ଼ାଉ କରାଯାଇ ବେଆଇନ୍ ବନ୍ଧୁକ ରଖିଥିବା ଅଭିଯୋଗରେ ଗ୍ରାମର ଜଣକୁ ଗିରଫ କରିଥିବା ବେଳେ ଗୋଟିଏ ଦେଶି ବନ୍ଧୁକ ଜବତ୍ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଗୋପାଳ ମାଳ ଗ୍ରାମର ଚନ୍ଦ୍ର ଶେଖର ସାହୁ (୨୭) ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି l ଏ ସଂକ୍ରାନ୍ତରେ ୯୬/୨୩ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ଥିବା ବେଳେ ଅଭିଯୁକ୍ତ ଚନ୍ଦ୍ର ଶେଖରକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ସୂଚନା ଦେଇଛନ୍ତି l
0 Comments