ନୂଆଗାଁ ବ୍ଲକ୍ ଅନ୍ତର୍ଗତ ୧୭ ଖଣ୍ଡ ମୌଜା ଓ ଗୁଡୁ ପାଙ୍ଗି ମଧ୍ୟରେ ଲାଗିରହିଥିବା ବିବାଦ ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଉଭୟ ପକ୍ଷ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା।ଉଭୟ ପକ୍ଷ ନିଜ ନିଜ ଜିଦିରେ ଅଟଳ ରହି ଥିବାରୁ ପ୍ରଶାସନ ବିଫଳ ହୋଇ ଫେରିଥିଲା।ସୂଚନା ଥାଉକି ଦେଉଳି ନିକତମ୍ ପଡ଼ିଆରେ ୧୭ ଖଣ୍ଡ ମୌଜା ,ଶତାଧିକ ଲୋକ ଏକାଠି ହୋଇଥିବା ବେଳେ ଗୁଡୁ ପାଙ୍ଗି ଲୋକ ମାନଙ୍କୁ ସେହି ସ୍ଥାନକୁ ଡକା ଯାଇଥିଲା।କିନ୍ତୁ ଗୁଡୁପାଙ୍ଗି ଲୋକ ୧୭ ଖଣ୍ଡ ମୌଜା ର ଲୋକ ମାନଙ୍କୁ ନିଜ ଗ୍ରାମ କୁ ଆସିବା ପାଇଁ କହିଥିଲେ।ଫଳରେ ଉଭୟ ପକ୍ଷ କେହି କାହା କଥା ମାନି ନଥିଲେ।ଏହି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ,ଏସ ଡି ପି ଓ ସ୍ନେହା ସିସ ରାୟ,ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ,ସଦର ଥାନା ଅଧିକାରୀ ଦୀପକ ଖଣ୍ଡାୟତ ରାୟ ପ୍ରମୁଖ ଉପସ୍ଥିତ ରହି ବୁଝାସୁଝା କରିବା ପରେ ମଧ୍ୟ ସଫଳ ମିଳି ନଥିଲା।
0 Comments