ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ନାରାୟଣଗଞ୍ଜ ହାଟ ନିକଟରେ ବୋମା ଆତଙ୍କ ଦେଖିବାକୁ ମିଳିଛି। ସୂଚନା ମୁତାବକ ଆଜି ସକାଳ ୧୦ ଘଟିକା ସମୟରେ ନାରାୟଣଗଞ୍ ହାଟ ରୁ ଖାଲମଡ଼ା ଗ୍ରାମ ର ସାଗର ନାୟକ(୬୭) ଓ ବୁଗୁଡ଼ା ଗ୍ରାମ ର ବିଦ୍ୟା ପ୍ରଧାନ (୬୦)କିଛି ରାସନ କିଣି ଫେରୁଥିବା ବେଳେ ରାସ୍ତା ରେ ଦୁଇଟି ବୋମା ପଡିଥିବା ଦେଖିଥିଲେ। ତାଙ୍କ ମଧ୍ଯ ରୁ ସାଗର କଣ ପଡ଼ିଛି ବୋଲି ଗୋଟାଇବା ବେଳେ ବୋମା ଟି ପ୍ରଚଣ୍ଡ ଶବ୍ଦ କରି ଫୁଟିଯାଇଥିଲା।ଏଥିରେ ସାଗର ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ଶବ୍ଦ ଶୁଣି ଘଟଣା ସ୍ଥଳରେ ସହ ସହ ଲୋକ ପହଞ୍ଚିବା ସହିତ ଦଶପଲ୍ଲା ପୋଲିସ କୁ ଖବର ଦେଇଥିଲେ। ପରେ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମା କୁ ନିଷ୍କ୍ରିୟ କରିବା ପାଇଁ ଚେଷ୍ଟା ଜାରି ରଖିଛି।
0 Comments