ନୂଆଗାଁ ବ୍ଲକ ଅଧିନସ୍ଥ ସମସ୍ତ ବିଦ୍ୟାଳୟ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ଉତ୍ସଵ । ସୂଚନା ମୁତାବକ ଚଳିତ ବର୍ଷର ଶିକ୍ଷା କାର୍ଯ୍ୟ କ୍ରମ ଅନୁସାରେ ଏପ୍ରିଲ୪ ତାରିଖରୁ ପ୍ରବେଶ ଉତ୍ସଵ ପାଳନ କରାଯିବ ଓ ଏପ୍ରିୟ ୧୨ ତାରିଖକୁ ପୂର୍ଣ୍ଣ ଉପସ୍ଥାପନ ଦିବସ ପାଳନ କରାଯିବା ପାଇଁ ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଆଛନ୍ତି । ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷା ହିଁ ଏକ ମାତ୍ର ବଳିଷ୍ଠ ମାଧ୍ୟମ । ବିଗତ ଦିନ ମାନଙ୍କରେ ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସମସ୍ତ ଶିକ୍ଷକ ଅଭିଭାବକ ନିରନ୍ତର ଚେଷ୍ଟା ଓ ଉଦ୍ୟମ କରିବା ନିତାନ୍ତ ଆବଶ୍ୟକ । ସେଥିପାଇଁ ନୂଆଗାଁ ବ୍ଲକ ମଧ୍ୟରେ ଥିବା ବିଭିର୍ଣ୍ଣ ବିଦ୍ୟାଳୟ ମଧ୍ୟରେଆରମ୍ଭ ହୋଇଯାଇଛି ପ୍ରବେଶ ଉତ୍ସଵ । ତାହାର ଏକ ନିଛକ ପ୍ରୟାସ ଦେଖିବାକୁ ମିଳିଥିଲା ସଂପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂପଡ଼ା ରେ । ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷତ୍ରି ,ଅଭିଭାବକ ଏକତ୍ରିତଭାବରେ ପ୍ରବେଶ ଉତ୍ସଵ ପାଇଁ ଗ୍ରାମ ପରିକ୍ରମା କରିଥିଲେ । ସଂପଡା ସିଆରସି ସି ନରେନ୍ଦ୍ର କୁମାର ବେହେରା ନେତୃତ୍ବରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଣିଗିରି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାରାଢିପି, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବାଲଣ୍ଡା ମଧ୍ୟରେ ପ୍ରବେଶ ଉତ୍ସଵ ପାଳନ କରାଯାଇଛି ।
0 Comments