ଘଣ୍ଟାପଡ଼ା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ସଚେତନତା ଅଭିଯାନ




ବୌଦ୍ଧ ଜିଲ୍ଳା କଣ୍ଟାମାଳ ବ୍ଲକ ଅଧିନ ଘଣ୍ଟାପଡ଼ା ଥାନାଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ଵରେ ଘଣ୍ଟାପଡ଼ା ଥାନା ଅଞ୍ଚଳର ମୂଖ୍ୟ ଜନଗହଳି ରାସ୍ତାରେ ଘଣ୍ଟାପଡ଼ା ପୋଲିସ ପକ୍ଷରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ଦୁଇ ଚକିଆ ଯାନ ଠୁ ଆରମ୍ଭ କରି ଭାରିଯାନ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଡ଼ିକୁ ଯାଞ୍ଚ କରିଥିଲେ l ୨ଚକିଆ ଯାନର ଚାଳକଙ୍କ ହେଲମେଟ ସହ  ସମସ୍ତ କାଗଜ ପତ୍ର ଓ ଯାନର ଫିଟନେସ ଯାଞ୍ଚ ସହିତ ଅନ୍ୟ ସମସ୍ତ ଯାନର ଚାଳକଙ୍କ ସିଟବେଲ୍ଟ ପରିଧାନ, ଟ୍ରାଫିକ ନିୟମ, ଦୃତ ଚାଳନା ନକରିବା, ମଦ ପିଇ ଗାଡି ନଚଳାଇବା ଉପରେ ସଚେତନ କରାଇଥିଲେ l ଯଦି ନିୟମ ଉଲ୍ଲଙ୍ଘନ ହୁଏ, ତାହେଲେ ଆର୍ଥିକ ଦଣ୍ଡ ସହ ଜେଲ ଯିବାକୁ ମଧ୍ୟ ପଡ଼ିବା ନେଇ ସଚେତନ କରାଇଥିଲେ l ଏପରିକି ନାବାଳକ ବାଳିକା ଯେପରି ଗାଡ଼ିନ ଚଳାଇବେ ତା ଉପରେ ବେଶି ଧ୍ୟାନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଥାନାଧିକାରୀ ଶ୍ରୀ ଥନାପତିଙ୍କ ସମେତ ଏସ୍‌ଆଇ ବିଶ୍ୱାମିତ୍ର ଲୋଇ, ପୋଲିସ ଏସଆଇ ବିଶ୍ୱନାଥ ଲୋଇ , ଏଏସ୍ଆଇ ପବିତ୍ର ମୋହନ ସାମଲ, ଏଏସ୍‌ଆଇ ପ୍ରଦିପ ବେହେରା, ହୋମଗାର୍ଡ ଜିତୁ, ଶିରିଧାରୀ ସଚେତନ କାର୍ଯ୍ୟକ୍ରମରେ ସାମିଲ ଥିଲେ l ଆଜି ସଡକ ସୁରକ୍ଷା ସପ୍ତାହର ଅନ୍ତିମ ଦିବସ, ଏହା କେବଳ ସଚେତନ କାର୍ଯ୍ୟକ୍ରମ, ଏଣୁ ଏଣିକି କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଥନାପତି ପ୍ରକାଶ କରିଛନ୍ତି l

Post a Comment

0 Comments