ସ୍ବଚ୍ଛ ଭାରତ ଅନୁକୂଲ୍ୟୟରେ କୋରଡା ଗ୍ରାମରେ କୋରଡା ଲଙ୍କାପୋଡି ଯାତ୍ରା ପଡିଆ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ।

 



ନୂଆଗାଁ ବ୍ଲକ କୋରଡା ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଲଙ୍କାପୋଡି ଯାତ୍ରା ପଡିଆକୁ ଆଜି ସ୍ବଚ୍ଛ ଭାରତ ଅନୁକୂଳୟରେ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ । ସରିଯାଇଛି କୋରଡା ଲଙ୍କାପୋଡି କିନ୍ତୁ ଛାଡିଯାଇଛନ୍ତି କୂଢ କୂଢ ମଇଳା । ଯାହାକି ଗ୍ରାମର ପରିବେଶକୁ ଅସୁସ୍ଥ କର କରିଦେଇଥିଲା । ଯାତାୟାତ କରୁଥିବା ଯାତ୍ରୀମାନେ  ଅସ୍ଵାସ୍ଥ୍ୟକର ପରିବେଶକୁ ଦେଖି ନାକଟେକୁଥିଲେ । ଆଜି ସ୍ବଚ୍ଛ ଭାରତ ଅନୁକୂଲ୍ୟୟରେ କିଛି ମହିଳା ଏକତ୍ରିତ ହୋଇଥିଲେ ଲଙ୍କାପୋଡି ପଡିଆ କୁ ସଫକରିବା ପାଇଁ । କାରଣ ଓଡିଆରେ ଏକ କଥା ଅଛି ଗାଁ ପରିମଲ ଧୋବା ତୁଠରୁ । ଠିକ ସେହିପରି କୋରଡା ଗ୍ରାମର ପ୍ରାରମ୍ଭରେ ହିଁ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା । ।


ସ୍ବଚ୍ଛ ଭାରତ ଅନୁକୂଲ୍ୟୟରେ ବିଆରସି କାହ୍ନୁଚରଣ ବେହେରା ରାଙ୍କ ଉପସ୍ଥିତିରେ ଆଜିର ଏହି ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । କୋରଡା ପଞ୍ଚାୟତର ସରପଞ୍ଚ ,ସମେତ ଗ୍ରାମର ୱଡମେମ୍ବର ମାନେ ଉପସ୍ଥିତ ରହିଥିଲେ । ମହିଳା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସମସ୍ତ ବୁଦ୍ଧିଜୀବ ମହଲରେ ପ୍ରଶଂସା କରାଯାଉଅଛି ।

Post a Comment

0 Comments