ପୁରୀ ଘୋଷଯାତ୍ରା ପାଇଁ ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜର ମାତାକୁପା ସଂରକ୍ଷିତ ଜଙ୍ଗଲରୁ ପଠାଗଲା କାଠ

 



ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲା ବନଖଣ୍ଡରୁ ସଂଗୃହିତ କଠାକୁ ପ୍ରେରଣ କରାଯାଇଛି l ଏହି ଅବସରରେ ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ନିକଟସ୍ଥ ରାମ ମନ୍ଦିର ସମ୍ମୁଖରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଗଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଆଗକୁ ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା l ଘୋଷଯାତ୍ରାରେ ତିନି ଦିଅଁଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧ ରୁ ପୁରୀକୁ ଯାଇଛି କାଠ l ବିଗତ ୨୦୧୮  ମସିହାରୁ ବୌଦ୍ଧ ବନଖଣ୍ଡରୁ ପୁରୀକୁ ରଥକାଠ ପ୍ରେରଣ ପ୍ରଥା ଆରମ୍ଭ ହୋଇଥିଲା l ମିଳିଥିବା ସୂଚନା ଅନୁସାରେ ୨୦୧୮ମସିହାରେ ୨୫୬ ଖଣ୍ଡ, ୨୦୧୯ ମସିହାରେ ୨୪୮ ଖଣ୍ଡ ,୨୦୨୦ ମସିହାରେ ୩୪୫ , ୨୦୨୧ ମସିହାରେ ୭୦୧ ଖଣ୍ଡ , ୨୦୨୨ ମସିହାରେ ୩୫୧ ଖଣ୍ଡ କାଠ ପୁରୀକୁ ପଠାଯାଇଥିଲ l


ତେବେ ଚଳିତ ବର୍ଷ ପୁଣି ଷଷ୍ଠ ଥର ପାଇଁ ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ଆଦେଶ କ୍ରମେ ୩୦୩ ଖଣ୍ଡ କାଠ ବୌଦ୍ଧ ବନଖଣ୍ଡ ର ମାଧପୁର୍, ମନମୁଣ୍ଡା, କଣ୍ଟାମାଳ ରେଞ୍ଜ ରୁ ଯିବ l ଆଜି ପ୍ରଥମ ପଯ୍ୟାୟ ରେ କଣ୍ଟାମାଳ ରେଞ୍ଜର ମାତାକୁପା ସଂରକ୍ଷିତ ଜଙ୍ଗଲରୁ ୪୦ ଫୁଟ୍ ଲମ୍ବର ୨୮ ଖଣ୍ଡ ଧଉରା କାଠ ଏକ ଟ୍ରକ୍ ଯୋଗେ ପୁରୀ ପଠାଯାଇଛି l ଏହି ଅବସରରେ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ରଥ କାଠକୁ ଭବ୍ୟ ସ୍ଵାଗତ କରାଯାଇଥିଲା l ପରେ ରିତି ନୀତି ଅନୁଯାୟୀ ଘଣ୍ଟ ଶଙ୍ଖ ସଂକୀର୍ତ୍ତନ ସହ ପୂଜା ଅର୍ଚ୍ଚନା କରାଯିବାପରେ ସବୁଜ ପତାକା ଦେଖାଇ ପୁରୀକୁ ରଥକାଠ ଯାତ୍ରାର ଶୁଭ ମନାସିଥିଲେ l ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ l ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଏସିପି ରଜ ପ୍ରସାଦ, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଉପ ସ୍ଥିତ ଥିଲେ l



Post a Comment

0 Comments